ରାଜ୍ୟ

ଦେବବ୍ରତ ଠାରୁ ଉର୍ଦ୍ଧ୍ୱ ଦୁର୍ନୀତିଗ୍ରସ୍ଥ ମାଇନିଙ୍ଗ ଅଫିସର-ବସନ୍ତ

Spread the love

ଯୋଡ଼ା: ରାଜ୍ୟ ଖଣି-ନିର୍ଦ୍ଦେଶାଳୟ ଅଧିନସ୍ଥରେ ଏହିପରି ମାଳ’ମାଳ ଦୁର୍ନୀତିଗ୍ରସ୍ଥ-କୋଟିପତି ଖଣି-ଅଫିସର ରହିଥିବାଙ୍କ ଅଭାବ ନାହିଁ।ତେବେ ଉକ୍ତ ଦୁର୍ନୀତିଗ୍ରସ୍ଥ-କୋଟିପତି ଖଣି-ଅଫିସରଙ୍କୁ ଧରିବାରେ କେବଳ ଆନ୍ତରିକତା ସହିତ ସରକାରଙ୍କ ପ୍ରତି ସଚ୍ଚୋଟ ପଣିଆର ନିହାତି ଆବଶ୍ୟକ ରହିଛି।ତେବେ ଗତ ସପ୍ତାହରେ ଭିଜିଲାନ୍ସ ବାନ୍ଧିଥିବା ଦୁର୍ନୀତିଖୋର-କୋଟିପତି ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଠାରୁ ଢେର ଉର୍ଦ୍ଧ୍ୱର ଦୁର୍ନୀତିରେ ଜର୍ଜରିତ ରହିଥିବା ଯୋଡ଼ା ଡ଼ିଡ଼ିଏମ ଅଫିସରେ- ମାଇନିଙ୍ଗ ଅଫିସର ପ୍ରଫୁଲ୍ଲ ସେଠୀ ଖୋଲା ବୁଲୁଥିବାରୁ ରାଜ୍ୟ ତଥା ଡିପାର୍ଟମେଣ୍ଟ ନିମନ୍ତେ ବିପଦ ଏଯାଏ ଟଳିନି।ତେବେ ସୂତ୍ର ଅନୁଯାୟୀ ଉକ୍ତ ଦୁର୍ନୀତିଗ୍ରସ୍ଥ ମାଇନିଙ୍ଗ ଅଫିସର ପ୍ରଫୁଲ୍ଲ ସେଠୀ,ଦୀର୍ଘ ସମୟ ଧରି କୋଇଡା ଡ଼ିଡ଼ିଏମ ଅଫିସରେ ରହି ଗତ ମାସରେ ଯୋଡ଼ା ଡ଼ିଡ଼ିଏମ ଅଫିସରେ,ସମାନ ଢଙ୍ଗରେ କାର୍ଯ୍ୟ ଚଳାଇଥିବା ବେଳେ ନିଜର ଦୁର୍ନୀତିମୟ କାର୍ଯ୍ୟକଳାପ ନିମନ୍ତେ ଗତ କିଛିବର୍ଷ ତଳେ ଦୁର୍ନୀତିଖୋର ପ୍ରଫୁଲ୍ଲକୁ ଭିଜିଲାନ୍ସ ବିଭାଗ ବାନ୍ଧିବା ଘଟଣା ରାଜ୍ୟରେ ବେସ ପ୍ରସଂଶା ସାଉଁଟିଥିବାର ଜଣାପଡେ।ତେବେ ଦେଖିବାକୁ ଗଲେ ଧରାପଡିଥିବା ଦୁର୍ନୀତିଗ୍ରସ୍ଥ ତଥା ଲାଞ୍ଚୁଆ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ଠାରୁ ବେସ ଦୁର୍ନୀତିର ଉର୍ଦ୍ଧ୍ୱରେ ପ୍ରଫୁଲ୍ଲ ସେଠୀ ବ୍ୟତୀତ ଯୋଡ଼ା ଏବଂ କୋଇଡା ଡ଼ିଡ଼ିଏମ ଅଫିସରେ ଭରି ଥିବାର ବିଶ୍ୱାସ୍ଥସୂତ୍ରରୁ ଜଣାପଡେ।ତେବେ ଦେଖାଯାଉ ରାଜ୍ୟରେ ଗୋଟି’ଗୋଟି ଦୁର୍ନୀତିଗ୍ରସ୍ଥଙ୍କୁ ଖୋଜିବା ପରିବର୍ତ୍ତେ ମାଳ’ମାଳ ଦୁର୍ନୀତିଗ୍ରସ୍ଥ ତଥା କୋଟିପତି ଖଣି-ଅଫିସର ଉଭୟ ଯୋଡ଼ା ଏବଂ କୋଇଡା ଡ଼ିଡ଼ିଏମ ଅଫିସରୁ ଭିଜିଲାନ୍ସ ବିଭାଗ କେବେ ବାନ୍ଧି ସଫା କରୁଛି ଯାହା ସାଧାରଣ ଅପେକ୍ଷାରେ ବୋଲି ଜଣାପଡେ।

Leave a Reply

Your email address will not be published. Required fields are marked *

error: Content is protected !!