କଟକ ସଦର ପୋଲିସର ରଙ୍ଗ ଦୋକାନ ଉପରେ ଚଢ଼ାଉ
କଟକ ସଦର ପୂର୍ଣଚନ୍ଦ୍ର ଦଳାଇ : କଟକ ସଦର ପୋଲିସ ତରଫରୁ ଏ ସି ପି ଙ୍କ ନେତୃତ୍ୱରେ ଦିନ ତମାମ ରଙ୍ଗ ଦୋକାନ ଉପରେ ଚଢ଼ାଉ କରି ହୋଲି ଉପଲକ୍ଷେ ବିକ୍ରି ହେଉ ଥିବା ରଙ୍ଗର ପରୀକ୍ଷା ନିରୀକ୍ଷା କରିଥିଲେ। କଟକ ସଦରର ବିଭିନ୍ନ ସ୍ଥାନ ବାଲିକୁଦା ଠାରୁ ତେଲେଙ୍ଗାପେଣ୍ଠ, ନଖରା, ବୟାଳିଶ ମୌଜା ଓ ସଦରର ଅନ୍ୟ ସ୍ଥାନ ମାନଙ୍କୁ ଯାଇ ହୋଲି ଉପଲକ୍ଷେ ବିକ୍ରି ହେଉଥିବା ରଙ୍ଗ ଦୋକାନ ଗୁଡିକୁ ଛାନଭିନ କରିଥିଲେ। ସରକାରଙ୍କର ଗାଇଡ଼ ଲାଇନ ଅନୁସାରେ ହରବାଲ ରଙ୍ଗକୁ ପ୍ରଧାନ୍ୟ ଦିଆଯାଇଥିବା ବେଳେ ଡୁପ୍ଲିକେଟ ତଥା ଅଭିରରେ ମିଶାଉଥିବା ସେଣ୍ଟ ଜାତୀୟ କେମିକାଲ ଓ ଓଜନ ଯୁକ୍ତ କରିବା ପାଇଁ ବାଲି ଗରଡା ଅଭିର ବିକ୍ରି କରୁଥିବା ରଙ୍ଗ ବେପାରୀ ମାନଙ୍କୁ ଏ ସବୁ ଜିନିଷ ନ ମିସାଇବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ଅମାନ୍ୟ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସଦରର କୌଣସି ସ୍ଥାନରେ ଡୁପ୍ଳିକେଟ ରଙ୍ଗ ବିକ୍ରି ହେବାର ଦେଖା ଯାଇନଥିଲା। ଖୁସୀରେ ରାତ୍ରି ପର୍ଯ୍ୟନ୍ତ ରଙ୍ଗ କିଣିବାକୁ ପ୍ରତେକ ରଙ୍ଗ ଦୋକାନରେ ଲୋକ ମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା।
