ଭିଜିଲାନ୍ସ ଜାଲରେ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ
ବ୍ରହ୍ମପୁର : ସମାଜ ଆଇନା ର ଖବର ସର୍ବଦା ଦୁର୍ନୀତି କୂ ଲୋକ ଲୋଚନକୁ ସର୍ବଦା ଆଣିଥାଏ, କିଛି ଦିନ ପୂର୍ବରୁ ଏହି ଡିଭିଜନ ରେ ବ୍ୟାପକ ଦୁର୍ନୀତି ହେଉଥିବା ଖବର ପ୍ରକାଶ ପାଇଥିଲା ଓ ଏଥିସହିତ କଟକ ସାଉଥ ଡିଭିଜନ ରେ ହେଉଥିବା ଦୁର୍ନୀତି ବିଷୟରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା କିନ୍ତୁ ଏବେ ଭିଜିଲାନ୍ସ ଜାଲରେ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ସ୍ଥିତ ବସନ୍ତ ବିହାର ଅଞ୍ଚଳରେ ପ୍ରାୟ ୩୫୫୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ତିନିତଳ ବିଲ୍ଡିଂ,ବ୍ରହ୍ମପୁର ସହର ଓ ଚାରିପାଖରେ ୫ଟି ମୂଲ୍ୟବାନ ପ୍ଲଟ୍, ପୋଲସରା ରେ ଥିବା ପୈତୃକ ଘରୁ ନଗଦ ୧୮ ଲକ୍ଷ ୯୦ ହଜାର ୮୦୦ ଟଙ୍କା ଏବଂ ବସନ୍ତ ବିହାର ସ୍ଥିତ ତିନି ତଳ କୋଠାରୁ ୧୫.୧୩ ଲକ୍ଷ ଏବଂ ଭଞ୍ଜନଗର ସରକାରୀ କ୍ୱାର୍ଟରରୁ ୩.୭୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି।ଏହାସହ ୫୭ ଲକ୍ଷ ଟଙ୍କାର ଏକ କଙ୍କ୍ରିଟ୍ ମିକ୍ସର ମେସିନ୍, ୩୭ ଲକ୍ଷ ଟଙ୍କାର ଏକ ଜେସିବି ମେସିନ୍ , ଏକ ଚାରିଚକିଆ ଗାଡ଼ି ସହ ୩ଟି ଦୁଇଚକିଆ ଯାନ ଜବତ ହୋଇଛି। ବ୍ୟାଙ୍କ ଓ ଡାକଘର ଜମା ଏବଂ ଅନ୍ୟାନ୍ୟ ଆର୍ଥିକ ନିବେଶ ସମ୍ପର୍କରେ ତଦନ୍ତ ଚାଲିଛି। ସୁନା ଅଳଙ୍କାର ଗୁଡିକର ଓଜନ ମାପ କାମ ଚାଲିଛି। ଉକ୍ତ ଘର ଓ ପ୍ଲଟ୍ଗୁଡ଼ିକର ମାପ ଓ ମୂଲ୍ୟାୟନ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ର ଖୋଳତାଡ଼ ଜାରି ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ୩ ଜଣ ଡ଼ିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ଚଢାଉରେ ନିୟୋଜିତ ଅଛନ୍ତି।
