ରାଜ୍ୟ

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

Spread the love

ପଟ୍ଟାଙ୍ଗି:କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି। ଏନେଇ ବ୍ଲକ ପ୍ରଶାସନକୁ ଚିଠି ନଂ ୧୧୦/CLP/୨୬ ପ୍ରକାରେ ଅବଗତ କରାଯାଇଛି। ସୂଚନା ମୁତାବକ ବିଧାୟକ କାଡାମ ନିର୍ବାଚିତ ହେବା ପରେ ପ୍ରାୟ ୨ ବର୍ଷ ପରେ ହଠାତ୍‌ ନିଜ ପ୍ରତିନିଧିସ୍ତରରେ ଅଦଳବଦଳ କରି ଥିବାବେଳେ ଜଣେ କମ୍‌ ବୟସ ତଥା ସାଙ୍ଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କ ପୁଅ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ନିଜର ପ୍ରତିନିଧି ଭାବେ ମନୋନୀତ କରିଥିବାରୁ ଦଳର ଯୁବ ସଙ୍ଗଠନ କ୍ଷେତ୍ରରେ ଉତ୍ସାହିତ ଦେଖିବାକୁ ମିଳିଛି । ସେପଟେ ବିଧାୟକ କାଡାମ ହଠାତ୍‌ ନିଜ ପ୍ରତିନିଧିକୁ ବଦଳାଇବା ଦୃଶ୍ୟ ଦଳରେ ବରିଷ୍ଠଙ୍କ ଠାରୁ ଆରମ୍ଭ କରି କନିଷ୍ଠ କର୍ମୀଙ୍କ କ୍ଷେତ୍ରରେ ଆଲୋଚନା ସୃଷ୍ଟି କରିଛି । ଅନ୍ୟପକ୍ଷରେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିଧାୟକ କାଡାମ ଓ୍ବାର୍ଡସ୍ତରରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକସ୍ତରରେ କିପରି ଦଳ ସୁଦୃଢ଼ ହୋଇପାରିବ ଏବଂ ଅଧିକରୁ ଅଧିକ ଯୁବ ସମାଜ କିପରି ଯୋଡ଼ି ହୋଇପାରିବ ଏହାକୁ ଦୃଷ୍ଟିରେ ରଖି ବିଧାୟକ କାଡାମ ଏହିପରି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି କର୍ମୀଙ୍କ ମଧ୍ୟରେ ଆଲୋଚନା ଜୋର୍‌ ଧରିଛି । ଗୁପ୍ତ ଶଙ୍କର ପଟ୍ଟନାୟକ ବିଧାୟକ କାଡାମଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଥିବାରୁ ତାଙ୍କ ପାଖକୁ ବର୍ତ୍ତମାନ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *

error: Content is protected !!