ମୁଖ୍ୟ ଖବର

ନିୟମକୁ ଜଳାଞ୍ଜଳି ଦେଇ ଚାଲିଛି ରାସ୍ତା କାର୍ଯ୍ୟ,ମାଷ୍ଟର ମାଇଣ୍ଡ ଜେଇ ତପନ ନାୟକ

Spread the love

ଭୁବନେଶ୍ୱର , : ଦୁର୍ନତି ଗ୍ରସ୍ତ, ଭ୍ରଷ୍ଟାଚାରୀ, ଲାଞ୍ଚୁଆ ଜଳସମ୍ପଦ ବିଭାଗ ର ନିମାପଡା ଡିଭିଜନ ର ଅସ୍ତରଙ୍ଗ ସେକ୍ସନ ଜେଇ ତପନ ନାୟକର ଅସଲ ମୁଖା ଏବେ ଖୋଲିବାରେ ଲାଗିଛି,, ଦୀର୍ଘ ୧୫ ବର୍ଷ ହେଲା ଜେଇ ତପନ ନାୟକ ଅସ୍ତରଙ୍ଗ ସେକ୍ସନ ରେ ରହି ଆଖିବୁଝା ଦୁର୍ନୀତି କରିଚାଲିଛନ୍ତି, ଏଠାରେ ସୂଚାଇ ଦିଆଯାଇପାରେ ଯେ ଜେଇ ତପନ ନାୟକର ନିଜ ଘର ଅସ୍ତରଙ୍ଗ ଅଞ୍ଚଳ ରେ ହୋଇଥିବା ଯୋଗୁ ଏହି ସେକ୍ସନ ରେ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି କଳାଧନ ର କୁବେରପତି ପାଲଟିଛନ୍ତି, ଯନ୍ତ୍ରୀ ତପନ ନାୟକ କିଛି ବିଶ୍ୱସ୍ତ ଠିକାଦାର ସୃଷ୍ଟି କରି ସରକାରୀ ରାଜକୋଷ କୁ ଲୁଟିବାରେ ଲାଗିଛନ୍ତି, ସେ ଲୁଟ କରିଥିବା ଅର୍ଥ ରେ ଭୁବନେଶ୍ୱର ରେ ୧୦ ଟି ପ୍ଲଟ କିଣିବା ସହିତ ସମ୍ପର୍କୀୟ ବ୍ୟକ୍ତିଙ୍କ ନାମରେ ପଟିଆ, ନୂଆପଲି, ଚନ୍ଦକା ଅଞ୍ଚଳ ରେ ଫ୍ଲାଟ କିଣିଥିବାର ସୂଚନା ମିଳିଛି, ଡକାୟତ ଜେଇ ତପନ ନାୟକ ଉପରେ ଭିଜିଲାନ୍ସ ତଦନ୍ତ ହେଲେ ବହୁତ ବେନାମୀ ସମ୍ପତ୍ତି ର ସୁରାକ ମିଳିବ ବୋଲି ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଶଶୀ ଭୂଷଣ ମିଶ୍ର ପ୍ରକାଶ କରିଛନ୍ତି, ଏବେ ହୋଇଥିବା ଏହି ଦୁର୍ନୀତି କାର୍ଯ୍ୟ ଉପରେ ଟିକେ ନଜର ଦେଲେ ସବୁ ଗୁମର ର ବାଟ ଦେଖାଯିବ, ଅନୁସନ୍ଧାନରୁ ଜଣାପଡିଛି ଯେ ଅଞ୍ଚଳର ବିକାଶ ନାଁରେ ସରକାରୀ ଅର୍ଥର ବ୍ୟାପକ ହରିଲୁଟ ଚାଲିଥିବା ଅଭିଯୋଗ ହୋଇଛି । ଦେଉଳି ମଠରୁ ପଞ୍ଚୁ ମଠ ପର୍ଯ୍ୟନ୍ତ ନିର୍ମାଣ ହେଉଥ‌ିବା ସର୍ଭିସ୍ ରୋଡ଼ କାର୍ଯ୍ୟରେ ସମସ୍ତ ବୈଷୟିକ ନିୟମାବଳୀକୁ ଉଲଂଘନ କରାଯାଇ ନିମ୍ନମାନର କାର୍ଯ୍ୟ କରାଯାଇଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ନିୟମ ଅନୁଯାୟୀ, ରାସ୍ତାର ଗ୍ରେଡ଼ ଏକ ବସେ ଲୟେର ଏବଂ ସବ-ବେସ ସ୍ତରଗୁଡ଼ିକୁ ଗୋଲର ସାହାଯ୍ୟରେ ଶକ୍ତ କରିବା କଥା। ମାତ୍ର ଏଠାରେ ବିନାରୋଲିଂରେ ଗୋଟିଏ ସ୍ତର ଉପରେ ଅନ୍ୟ ଏକ ସ୍ତର ପକାଇ ଠିକାଦାର କାମ ସାରି ଦେଉଛନ୍ତି । ରୋଲିଂ ହେଉନଥିବାରୁପଥରଗୁଡ଼ିକ ଢିଲା ଅବସ୍ଥାରେ ରହୁଛି, ଯାହା ଫଳରେ ରାସ୍ତାଟି ବହୁତ ଶୀଘ୍ର ଦବିଯିବ, ବୋଲି ଆଶଙ୍କା ପ୍ରକାଶ ପାଇଛି ଅନୁମୋଦିତ ନିକ୍ସା ଅନୁଯାୟୀ, ରାସ୍ତାର ଦୁଇ ପାର୍ଶ୍ଵରେମୋଟ ୧.୨୫ ମିଟର ଓସାରର ବର୍ମ ବା ଶୋଲଡର ରହିବା ଅନିବାର୍ଯ୍ୟ । କିନ୍ତୁ କାର୍ଯ୍ୟସ୍ଥଳରେ ଏହି ବର୍ମ ନିର୍ମାଣ କରାଯାଉନାହିଁ। ବର୍ମ ପାଇଁ ଉଦ୍ଦିଷ୍ଟ ମୋରମ ବଦଳରେ କେବଳ ସାଧାରଣ ମାଟି ବ୍ୟବହାର କରି ରାସ୍ତାର ପାର୍ଶ୍ଵ ସୁରକ୍ଷାକୁ ବଳି ଦିଆଯାଇଛି। ବିଶେଷଜ୍ଞଙ୍କ ମତରେ, ରୋଲିଂ ନ କରି ଜିଲାପଥର ଉପରେ ମାପ ନେଲେ ରାସ୍ତାର ମୋଟେଇ ଅଧ‌ିକ ଦେଖାଯାଏ । ଏହାଦ୍ଵାରା ଠିକାଦାର କମ୍ ସାମଗ୍ରୀ ବ୍ୟବହାର କରି ଅଧିକ ଟଙ୍କାର ବିଲ୍ ହଡ଼ପ କରିବାର ସୁଯୋଗ ପାଇଥାନ୍ତି । ଏଥୁସହିତ ୱାବମ ଗ୍ରେଡ଼ ଏକ ସ୍ତରରେ ବ୍ୟବହାର କରା ଯାଉଥିବା ପଥର ମଧ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ସଠିକ୍ ଢାଳୁ ନଥିବାରୁ ବର୍ଷା ଦିନେ ଏହି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଏହାର ‘ ଫିଏଲଡ଼ ଡେନ୍‌ଟି ଟେଷ୍ଟ’ ଏବଂ ‘ ତ୍ରିଆଲ ପୀଟୁ’ ମାଧ୍ୟମରେ ଯାଞ୍ଚ କରିବାକୁ ଦାବି ହୋଇଛି । ଯଦି ଏହି ନିମ୍ନମାନର କାର୍ଯ୍ୟ ବନ୍ଦ ନହୁଏ, ତେବେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।ଯନ୍ତ୍ରୀ ତପନ ନାୟକ ର ବହୁତ ଗୁମର ତଥା କେଳେଙ୍କାରୀ ହସ୍ତଗତ ହୋଇଛି ତାହା ଆଗାମୀ ସଂଖ୍ୟାରେ ପ୍ରକାଶିତ ହେବ,

Leave a Reply

Your email address will not be published. Required fields are marked *

error: Content is protected !!