ରାଜ୍ୟ

ବରୀ-ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅସୁରକ୍ଷିତ ବନ୍ଧବାଡ, ବିପଦରେ ଧନଜୀବନ,ସନ୍ଧେହ ରେ ଯନ୍ତ୍ରୀ

Spread the love

ଭୁବନେଶ୍ୱର : ଜଳ ସେଚନ ଡିଭିଜନ ର ଏସଡିଓ ମନୋରଞ୍ଜନ ତ୍ରିପାଠୀ ଓ ଜେଇ ପ୍ରମୋଦ ନାୟକଙ୍କ ମହା ଦୁର୍ନୀତି ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି, ଏହି ୨ ଲୁଟେରା ଯନ୍ତ୍ରୀଙ୍କ ପାଇଁ ଡିଭିଜନ ବଦନାମ ହେଉଛି କୋଟିକୋଟି ଟଙ୍କା ର ଦୁର୍ନୀତି କରି ନିଜର କଳା ଧନ ଗଛିତ କରି ରଖିଛନ୍ତି, ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ହେଲେ ଯନ୍ତ୍ରୀ ୨ ଜଣଙ୍କ ପାଖରୁ ପୁଳାପୁଳା ଟଙ୍କା ସହିତ ପୁଳାପୁଳା ସୁନା ଓ ଅନେକ ପ୍ଲଟ, ଫ୍ଲାଟ ର ସନ୍ଧାନ ମିଳିବ ବୋଲି ସମାଜସେବୀ ପ୍ରକାଶ ମହାନ୍ତି ମତ ପ୍ରକାଶ କରିଛନ୍ତି, ସରକାରଙ୍କ ରାଜକୋଷ ଲୁଟୁଥିବା ଏସଡିଓ, ଜେଇଙ୍କ ଉପରେ ସଂଗୀନ ଅଭିଯୋଗ ମିଳିବାରେ ଲାଗିଛି ଅନ୍ୟ ଏକ ଅଭିଯୋଗ ରୁ ଜଣାପଡିଛି ଯେ ଯାଜପୁର ଜିଲ୍ଲା ବରୀ ଓ ବିଞ୍ଝାରପୁର ଜଳ ସମ୍ପଦ ବିଭାଗ ଅଧୀନ ରେ ଥିବା ନଦୀ ର ବନ୍ଧ ଏବେ ଅସୁରକ୍ଷିତ ହୋଇପଡିଛି ! ବନ୍ୟା ନିୟନ୍ତ୍ରଣ ଯୋଜନାରେ ପ୍ରତିବର୍ଷ କୋଟି କୋଟି ଟଙ୍କା ବାଡ ବ୍ୟୟବରାଦ କରାଯାଇ ବନ୍ଧ ବାଡ ମରାମତି ସମ୍ପ୍ରସାରଣ କରାଯାଉଥିଲା ବେଳେ ଅସୁରକ୍ଷିତ ନେଇ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ! ଏନେଇ ବରୀ ଓ ବିଞ୍ଝାରପୁର ଦୁଇଟି ନିର୍ବାଚନ ମଣ୍ଡଳୀ ର ଲକ୍ଷାଧ୍ଵ ଲୋକଙ୍କ ଧନଜୀବନ ପ୍ରତି ବିପଦଥିବା ଆଶଙ୍କା ପ୍ରକାଶ ପାଇଛି । ଏବେ ବର୍ଷା ଋତୁ ଆସି ପହଞ୍ଚି ଯାଇଛି। ଅସରାଏ ବର୍ଷା ରେ ନିର୍ମାଣଧୀନ ନଦୀ ବନ୍ଧ ମାଟି ଅତଡ଼ା ଖସି ନଦୀ ଗର୍ଭ କୁ ଚାଲି ଯାଉଛି ! ପଥର ପ୍ୟାକିଙ୍ଗ କୁଡ଼ଫିଙ୍ଗ କରଯାଉନାହିଁ, ଯାହା ଫଳରେ ବିଛୁରିତ ହୋଇ ପଡିଛି। ରାଜ୍ୟରେ ସରକାର ବଦଳିଛି, ନୂଆ ସରକାରଦୁଇ ବର୍ଷ ପୂଭି ପାଳନ କରିଛି, ହେଲେ ନଦୀ କୁଳିଆ ଜନ ଜୀବନ କୁ ନେଇ ସରକାର ସମୀକ୍ଷା କରି ନାହାନ୍ତି । ଯନ୍ତ୍ରୀଅଧିକାରୀ ମନ୍ତ୍ରୀ ଙ୍କ ମିଳନ ଅତୁଟ ରହିଛି, ପୂର୍ବ ସରକାରରେ ଯାହା ଥିଲା ନୂଆ ସରକାର ରେ ସେହି ଭଳି ମଧୁ ଚନ୍ଦ୍ରିକାସମ୍ପର୍କ ରହିଛି ବୋଲି ସ୍ପଷ୍ଟ ପ୍ରମାଣ ମିଳିଛି । ଜଣେ ଯନ୍ତ୍ରୀ ପ୍ରମୁଖ ମନ୍ତ୍ରୀଙ୍କ ନାଁ ନେଇ ମୋଟା ଅଙ୍କ ର ପି ସି ଖୋଲାଖୋଲି ଆଦାୟ କରି ନିଜ ପେଟରେ ପୁରାଉଛି । ଭିଜିଲାନ୍ସ ତଦନ୍ତ ହେଲେ କୋଟି କୋଟି ଟଙ୍କା ଏହି ଯନ୍ତ୍ରୀ ଜଣକବାନ୍ତି କରିବ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ୨୦୧୨ ମସିହା ରୁ ବନ୍ୟା ନିୟନ୍ତ୍ରଣ ଯୋଜନାରେ ବ୍ରାହ୍ମଣୀ, ବିରୂପା, କେଲୁଅ ନଦୀ ବନ୍ଧ ମରାମତି ସାମ୍ପ୍ରସାରଣ ନାଁ ରେ ଦଶ ହଜାର କୋଟି ଟଙ୍କା ବ୍ୟୟରେ କାମ ସରିଥିଲା ବେଳେ ଏବେ ବି ମାଟିଆ ପଡା ନଦୀ ବନ୍ଧ ଦୁର୍ବଳ ଅବସ୍ଥା ରେଅଛି ବୋଲି ଗ୍ରାମବାସି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେଅଭିଯୋଗ କରିଛନ୍ତି ବୋଲି ଜଣାପଡିଛି। ଏହି ନଦୀ ବନ୍ଧ ଦୀର୍ଘ ୮୪ କିଲୋମିଟର ପର୍ଯ୍ୟନ୍ତ କରାଯାଇଥିଲା ବେଳେ ନିଆଳି ବରପଦା, ମୋହନପୁର, ପାଲଟପୁର, ମହାକାଳପଡ଼ା ନିକଟରେ ବନ୍ଧ ଦୁର୍ବଳ ଅବସ୍ଥା ରେ ଅଛି । ଏବେ ଚନ୍ଦନପୁରନିକଟରେ ୬ ସହ ମିଟର ପଥର ପ୍ୟାକିଙ୍ଗ ନାଁ ରେ ଲୁଟହୋଇଛି। ରୁଦ୍ରପୁର, ଝାଲପଡ଼ା ନିକଟରେ ବନ୍ଧ ଦୁର୍ବଳ ହୋଇପଡିଛି । ଖରସ୍ରୋତା ଶାଖା ତନ୍ତୀ ଘାଇ ବନ୍ୟା ନିୟନ୍ତ୍ରଣ ଯୋଜନା ରେ ଲୁଟ ଚାଲିଛି !ଠିକାଦାର ଯନ୍ତ୍ରୀ କୁଜିନେତା ମିଳିତ ଉଦ୍ୟମରେ ସରକାରୀ ଅର୍ଥକୁ ଏମାନେ ନିଜ ପେଟରେ ପୁରାଉଛନ୍ତି। ରତଳାଙ୍ଗ ବନ୍ଧ ପଡା, ରତଳାଙ୍ଗ କୁମ୍ଭକା, ବୋଦୁଅ -ଗୁହାଳୀ, ଗୋବିନ୍ଦପୁର ନିକଟରେ ଦୁର୍ବଳଅବସ୍ଥା ରେ ଅଛି । ଏସବୁ ନଦୀ ବନ୍ଧ ରେ ଭାରି ଯାନ ଚଳାଚଳ କରିବାର ନିୟମ ନଥିଲା ବେଳେ ଚାଲୁଥିବା ଅଭିଯୋଗ ହୋଇଛି ! ବରୀପାଳ ଟି ଆରଇ ବନ୍ଧ ପଡା ଟିଆରଇ, ବଇଁଶୀରିୟା କଡୀକମା ନଦୀବନ୍ଧ ରୁ ମାଟି ଅତଡ଼ା ଖସୁଛି। ତେବେ ଯଦି ନଦୀରେ ବନ୍ୟା ଜଳ ଆସେ ନଦୀ କୁଳିଆ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ବୋଲି କୁହାଯାଉଛି । ଲୋକଙ୍କ ସରକାର ସମୟରେ ଏଭଳି ଅସାଧୁ ଯନ୍ତ୍ରୀ ଦୁଇ ଜଣ କିପରି ଲୋକଙ୍କ ସମସ୍ୟାକୁ ବୁଝିପାରୁନାହଁନ୍ତି ଏନେଇ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଏସବୁ ତଦନ୍ତ ହେଲେ ଅସଲ ମୁଖା ଲୋକଲୋଚନକୁ ଆସନ୍ତା ବୋଲି ବରିଷ୍ଠ ସମାଜସେବୀ ମଳୟ ସାମଲ ଙ୍କ ସମେତ ଶତାଧ୍କଜନସାଧାରଣ ଦାବି କରିଛନ୍ତି ।ଏହି ୨ ଜଣ ଯନ୍ତ୍ରୀଙ୍କ ଉପରେ ଖବର ପାରବର୍ତ୍ତୀ ସଂଖ୍ୟାରେ ପ୍ରକାଶ ପାଇବ

Leave a Reply

Your email address will not be published. Required fields are marked *

error: Content is protected !!