ମହାନଗର

ଯୁବସାମ୍ବାଦିକ ପବିତ୍ର ଗୌଡଙ୍କ ଶ୍ରଦ୍ଧାଞ୍ଜଳୀ ସଭା

Spread the love

ଭୁବନେଶ୍ୱର : ଯୁବସାମ୍ବାଦିକ ପବିତ୍ର ଗୌଡଙ୍କ ଶ୍ରଦ୍ଧାଞ୍ଜଳୀ ସଭାଦୈନିକ ସମ୍ବାଦପତ୍ର “ପ୍ରମେୟ”ର ସାମ୍ବାଦିକ ପବିତ୍ର ଗୌଡଙ୍କର ପରଲୋକରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ, ବିରଷ୍ଠ ସାମ୍ବାଦିକ ତ‌ଥା ଅଧ୍ଯକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ପବିତ୍ର ମୋହନ ସାମନ୍ତରାୟ, ସମ୍ପାଦକ ପର୍ଯ୍ୟବେକ୍ଷକ, ସୁଧାଂଶୁ ମହାପାତ୍ର, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର, ସୁଜ୍ଞାନ ଚୌଧୁରୀ, ସଭାପତି ଓଡିଶା କର୍ମଜୀବି ସାମ୍ବାଦିକ ସଂଘ, ସୁଭାଶିଷ ମିଶ୍ର, ସମ୍ପାଦକ, ଦୈନିକ ପ୍ରତିକାର, ସୌମିତ୍ର କର ସାମ୍ବାଦିକ,ଦିଲ୍ଲୀପ ହାଲି, ସିନେ ସାମ୍ବାଦିକ ଓ ସମୀକ୍ଷକ, ଅଜୟ ସ୍ୱାଇଁ, ବିଶିଷ୍ଟ କଥାକାର,ଗାଳ୍ପିକ, ମନୋଜ ସେଠ, ସମ୍ପାଦକ ସମାଜ ଆଇନା,ପ୍ରମୋଦ କିଶୋର ପରିଡା, ବିଶିଷ୍ଟ ସାମ୍ବାଦିକ ଓ ସମାଜସେବୀ, ଅରବିନ୍ଦ ତ୍ରିପାଠୀ, ସାମ୍ବାଦିକ ତଥା ମୁଖପାତ୍ର ପୂଜ୍ୟପୂଜା ସଂସଦ୍‌କୃତି ସୁରକ୍ଷା ଅଭିଯାନ, ଅକ୍ଷୟ ସ୍ଵାଇଁ, କବି, ସାମ୍ବାଦିକ, ସତ୍ୟପାଣି ଗ୍ରାହୀ, ସାମ୍ବାଦିକ,, ରାଜେଶ କୁମାର ମହାନ୍ତି, ନିର୍ଦ୍ଦେଶକ ରାଜ ଇଣ୍ଡିଆ, ଜାନକୀ ବଲ୍ଲଭ ଧଳ, ସାମ୍ବାଦିକ, ରାକେଶ କୁମାର ହୋତା, ସାମ୍ବାଦିକ, ଦିଲ୍ଲିପ ସାବତ, ସାମ୍ବାଦିକ, ଗୁରୁପଦ ନାଥ, ସାମ୍ବାଦିକ, କିଶନ୍ ବରାଇ, ସାମ୍ବାଦିକ, ରମେଶ କୁମାର ମହାପାତ୍ର, ସମ୍ପାଦକ, ଅରଭାନୀ ସମୟ, ଦିଲ୍ଲୁ ସାହୁ, ବରିଷ୍ଠ ସାମ୍ବାଦିକ, ଦିଲ୍ଲୀପ ସୁବୁଦ୍ଧି ବରିଷ୍ଠ ସାମ୍ବାଦିକ, ମନୋରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ସ୍ୱର୍ଗତ ଗୌଡଙ୍କର ଆଦର୍ଶ ସାମ୍ବାଦିକତା ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଗୌଡଙ୍କର ସାମ୍ବାଦିକ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ବଖାଣିଥିଲେ ।ଏହି ଅବସରରେ ସ୍ୱର୍ଗତ ଗୌଡଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୩ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବହୁ ସାମ୍ବାଦିକ, ସମାଜସେବୀ, ସଂଗଠକ ଓ ବୁଦ୍ଧିଜିବୀ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଗୌଡ ଦୈନିକ ପର୍ଯ୍ୟବେକ୍ଷକ, ପ୍ରମେୟ ଖବର ଓ ନିତିଦିନ ଭଳି ଜନପ୍ରିୟ ସମ୍ବାଦପତ୍ରର, ପ୍ରତିନିଧୂ ଭାବରେ କାର୍ଯ୍ୟ କରିଥିଲେ । ସେ ଜଣେ ସିନେ ସାମ୍ବାଦିକ ଭାବରେ ବେଶ୍ ପରିଚିତ ଥିଲେ । ସେ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।ସେ ଜଣେ ନିଷ୍ଠାପର, ଦରଦୀ, ଅନୁଭବୀ ଓ ବାସ୍ତବବାଦୀ ସାମ୍ବାଦିକ ଥିଲେ । ତାଙ୍କର ଅକାଳ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଥିଲା ।ସଂଯୋଜକ

Leave a Reply

Your email address will not be published. Required fields are marked *

error: Content is protected !!