ରାଜ୍ୟ

୮.୪୬ ଲକ୍ଷର କାର୍ଯ୍ୟରେ ୧୨% ‘ପିସି’ ଅଭିଯୋଗ: କାକଟପୁର ବ୍ଲକରେ ହଟଚମଟ, କନିଷ୍ଠ ଯନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ

Spread the love

କାକଟପୁର : ପିସି ଖିଆ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ଅସଲ ମୁଖା ଏବେ ଖୋଲିବାରେ ଲାଗିଛି, ନିଜକୁ ସତୀ ସାବିତ୍ରୀ କହୁଥିବା ଯନ୍ତ୍ରୀ ବାବୁ ବହୁ ବର୍ଷ ହେଲା ଏହି ଅଞ୍ଚଳରେ ରହି ଭ୍ରଷ୍ଟାଚାର କାର୍ଯ୍ୟ ରେ ଲିପ୍ତ ରହି ସରକାରୀ ଅର୍ଥ ଆତ୍ମସାତ କରିବାରେ ଲାଗିଛନ୍ତି, ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେଲେ କୋଟିକୋଟି କଳା ଟଙ୍କା ର ସନ୍ଧାନ ମିଳିବ ବୋଲି ଚର୍ଚ୍ଚା ହେଉଛି,, କାକଟପୁର ବ୍ଲକ ଅଧୀନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତରେ ଦୁଇଟି ଉନ୍ନୟନମୂଳକ କାର୍ଯ୍ୟର ବିଲରୁ ପ୍ରାୟ ୧୨ ପ୍ରତିଶତ ଅର୍ଥ ବା ପ୍ରାୟ ୯୬ ହଜାର ଟଙ୍କା କାଟି ରଖାଯାଇଥିବା ଅଭିଯୋଗକୁ କେନ୍ଦ୍ର କରି ଶୁକ୍ରବାର ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଶନିବାର ସୁଦ୍ଧା ବକେୟା ଅର୍ଥ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।ସୂଚନା ଅନୁଯାୟୀ, କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ହନୁବୀର ଭୋଗମଣ୍ଡପ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଏବଂ ‘ଆମ ଓଡ଼ିଶା, ବିକଶିତ ଓଡ଼ିଶା’ ଯୋଜନାରେ ମହାବୀର କୋଠଘର ନିର୍ମାଣ ପାଇଁ ୩ ଲକ୍ଷ ୪୬ ହଜାର ଟଙ୍କା, ଅର୍ଥାତ୍ ମୋଟ ୮ ଲକ୍ଷ ୪୬ ହଜାର ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା।ଅଭିଯୋଗ ଅନୁସାରେ, ଉକ୍ତ କାର୍ଯ୍ୟର କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀ ରାକେଶ ରାଉତଙ୍କ ନାମରେ ଥିବାବେଳେ ବିଲ ପ୍ରସ୍ତୁତ କରିଥିଲେ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀ ଭାଗ୍ୟଧର ଧଳ। କାର୍ଯ୍ୟ ସମ୍ପନ୍ନ ପରେ ସମ୍ପୂର୍ଣ୍ଣ ବିଲ ରାଶି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ଖାତାକୁ ଯିବାକୁ ଥିବାବେଳେ କୈଳାସ ଚନ୍ଦ୍ର ଲେଙ୍କାଙ୍କ ବ୍ୟାଙ୍କ ଖାତାକୁ କେବଳ ୭ ଲକ୍ଷ ୫ ହଜାର ଟଙ୍କା ଜମା କରାଯାଇଥିଲା। ଅବଶିଷ୍ଟ ୯୬ ହଜାର ଟଙ୍କା ନ ମିଳିବାରୁ ସେ ବାରମ୍ବାର ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି।ଏହାକୁ ନେଇ ଶୁକ୍ରବାର କୈଳାସ ଚନ୍ଦ୍ର ଲେଙ୍କା ଓ ଗ୍ରାମର କିଛି ଲୋକ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ ଜଣାଇଥିଲେ। ଏହାପରେ ସମ୍ପୃକ୍ତ ଯନ୍ତ୍ରୀ ବକେୟା ଅର୍ଥ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅଭିଯୋଗର ସତ୍ୟତା ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ହେଲେ ଏବଂ ଭିଜିଲାନ୍ସ ତଦନ୍ତ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *

error: Content is protected !!