ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ ରେ ବଡ ଦୁର୍ନୀତି,ଉଚିତ ତଦନ୍ତ ପାଇଁ ଗ୍ରାମବାସୀ ଙ୍କ ଦାବି
ମାଲକାନଗିରି : –ଗ୍ରାମ କୁ ଗ୍ରାମ,ଗ୍ରାମରୁ ସହର କୁ ସଂଯୋଗ କରିବା ପାଇଁ ଯାହାକି ଗମନାଗମନ, ପରିବହନ, ଏବଂ ଆମ୍ବୁଲାନ୍ସ ଯିବା ପାଇଁ ଭାରତସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଏକ ମହତ୍ଵପୂର୍ଣ୍ଣପଦକ୍ଷେପ । ଏଥ ପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରାଯାଉଉଛି । ପ୍ରକାଶ ଥାଉକି ମାଲକାନଗିରିଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ – ୨ ଦ୍ଵାରା ଏକ ପ୍ରଧାନମନ୍ତ୍ରୀସଡକ ଯୋଜନା ମାନ୍ଦାପାଲି ପଞ୍ଚାୟତ ଏମ ପି ଭି -୧୨ଗ୍ରାମରେ ଫେବର ବ୍ଲକ ଦ୍ଵାରା ଏକ ରାସ୍ତା ନିର୍ମାଣକରାଯାଇଛି । ରାସ୍ତା ନିର୍ମାଣ ପାଇଁ ରାସ୍ତା ର ଦୁଇ ପାର୍ଶ୍ବରେ୬ରୁ ୮ଇଞ୍ଚ ଗଭୀର ରୁ ଗାର୍ଡ ୱାଲ ନିର୍ମାଣ କରି ଫେବରବ୍ଲକ ଦ୍ବାରା ରାସ୍ତା ନିର୍ମାଣ କରାଯିବା କଥା କିନ୍ତୁ ଗ୍ରାମବାସୀଙ୍କ କହିବା ଅନୁଯାଇ କେନାଲ ଠାରୁ ଗ୍ରାମ ଶେଷ ଭାଗକୁ ଖାଲି ଫେବର ବ୍ଲକ ପକାଇ ଗାର୍ଡ ୱାଲ ନିର୍ମାଣ ନକରିଖାଲି ବାଲି ସିମେଣ୍ଟ ମାରି କାର୍ଯ୍ୟ ଟିକୁ ସମ୍ପୂର୍ଣକରିଦେଇଛନ୍ତି ଯାହାଦ୍ୱାରା ଏହି ରାସ୍ତାର ସ୍ପାଇତ୍ଵ ଉପରେପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।ବର୍ତମାନ ସୁଦ୍ଧା କେତେକ ସ୍ଥାନ ରେ ରାସ୍ତା କଡ ଭାଙ୍ଗି ଯାଇ ରାସ୍ତାଦବିଯାଇଥିବା ପରିଲକ୍ଷିତ ହୋଇଛି ।ଗ୍ରାମବାସୀ ଙ୍କ କହିବା ଅନୁଯାଇ ସେମାନେ ବାରମ୍ବାରଏହିଭଳି ନିମ୍ନମାନ ର କାର୍ଯ୍ୟ କୁ ବିରୋଧ କରୁଥିଲେ ମଧ୍ୟ ନା କୌଣସି ଯନ୍ତ୍ରୀ ନା ଠିକାଦାରସେମାନଙ୍କ କଥାକୁ କଣ୍ଣପାତ କରୁନଥିଲେ । ଏହି ବିଷୟରେ କନିଷ୍ଠ ଯନ୍ତ୍ରୀ କୁର୍ଭିବାସ ସେଠିଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜେ ଏନ ଗୌଡ ଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି କାର୍ଯ୍ୟକୁ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରି ଠିକାଦାର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବେ ବୋଲି ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଥାଉ କି କାର୍ଯ୍ୟ ଚାଲୁଥିବା ସମୟରେ କଣକେହି କାର୍ଯ୍ୟ ଦାୟିତ୍ଵ ରେ ଥିବା ଅଧିକାରୀ କାର୍ଯ୍ୟ ତଦାରଖ କରିବା ପାଇଁ ଆସୁନଥିଲେ ନାଠିକାଦାର ଙ୍କ ସହ ମଧୁଚନ୍ଦ୍ରିକା ଥିଲା ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି । ତେଣୁ ଏହିକାର୍ଯ୍ୟ କୁ ମାଲକାନଗିରି ପ୍ରଶାସନ ଅଣଦେଖା ନକରି ଯଥା ଶୀଘ୍ର ତଦନ୍ତ କରି ଦୋଷୀ ଙ୍କବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି ।
