ଅପରାଧ

ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେହାଣି ହତ୍ୟା ଉଦ୍ୟମ

Spread the love

ପୁରୁଷୋତ୍ତମପୁର,(ଗଞ୍ଜାମ ଜିଲା) ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ କବିସୂର୍ଯ୍ୟନଗରଥାନା ଅନ୍ତର୍ଗତ ବଡଖରିଡା ବାଣନଇ ଗ୍ରାମର ବଣ୍ଚି ବାରିକ (୨୮) ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ବଣ୍ଟିଙ୍କୁ ଉଦ୍ଧାରକରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ବ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଆଣିଥିେ। ମାତ୍ର ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଏହାର ଖବରପାଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତକୁମାର ନାୟକ ସ୍ବାସ୍ବ୍ୟକେନ୍ଦ୍ରକୁ ଆସି ଆହାତଙ୍କ ବୟାନ ନେବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଲାଇଛନ୍ତି । ଘଟଣାରୁ ଜାଣିବାକୁ ମିଳିଛି ଯେ ଦୀର୍ଘ ଦିନ ହେଲା ବଣ୍ଟିଙ୍କ ସହ ରାଜପୁର ଗ୍ରାମର କିଛି ବ୍ୟକ୍ତି ସହ ଶତ୍ରୁତା ଲାଗିରହିଛି । ସେମାନେ ବଣ୍ଟିଙ୍କୁ ହତ୍ୟା କରିବା ଲାଗି ଛକିରହି ସୁଯୋଗ ଉଣ୍ଡିବାରେ ଲାଗିଛନ୍ତି । ବଣ୍ଟି ନିଜଗ୍ରାମରୁ ପୁରୁଷୋତ୍ତମପୁର ଆସି ଏକ ଗ୍ୟାରେଜରେ ମୋଟର ସାଇକେଲକୁ ମରାମତି କରୁଥିବା ବେଳେ ଏକ ସ୍କୁଟିରେ ତିନିଜଣ ଯୁବକ ଆସି ଅତର୍କିତ ଭାବରେ ଖଣ୍ଡାରେ ହାଣିପକାଇଥିଲେ। ଉପସ୍ଥିତ ଲୋକେ ପାଟି କରିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୂଚନା ଯୋଗ୍ୟ ଯେ ଗତ ୨୦୨୪ମେ’ ୨୬ ତାରିଖରେ ବଡଖରିଡା କାଳେଶ୍ବର ମନ୍ଦିରରେ ଯଜ୍ଞ ଚାଲିଥିବା ବେଳେ ମନ୍ଦିର ପରିଷରରେ ବଣ୍ଟିଙ୍କୁ ଏପରି ନିର୍ମମ ଭାବରେ ହାଣିଦେଇଥିବା ବେଳେ ବର୍ତ୍ତମାନ ପୁଣି ହାଣି ପକାଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!