ଦେଶ-ବିଦେଶ

ଗିରଫ ହେବାର କିଛି ଘଣ୍ଟା ପରେ ଟିଏମ୍‌ସି କର୍ମୀଙ୍କ ମୃତ୍ୟୁ: ହାଜତରେ ନିର୍ମମ ମାଡ଼ ମରା ଯାଇଥିବା‌ ପତ୍ନୀଙ୍କ ଅଭିଯୋଗ

Spread the love

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ପୁଲିସ ହାଜତରେ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) କର୍ମୀଙ୍କ ମୃତ୍ୟୁକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଟିଏମ୍‌ସି କର୍ମୀଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀଙ୍କୁ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହାଜତରେ ନିର୍ମମ ଭାବରେ ମାଡ଼ ମରାଯାଇଥିଲା ଓ ନିର୍ଯାତନା ଦିଆଯାଇଥିଲା।ତୃଣମୂଳ କଂଗ୍ରେସ ପୂର୍ବତନ କାଉନସିଲର ଜେନି ଶର୍ମା କେଓଟଙ୍କ ସ୍ୱାମୀ ବିରଜୁ କେଓଟଙ୍କୁ ଶୁକ୍ରବାର ହାଲିସହର ପୁଲିସ ଗିରଫ କରିଥିଲା, ତାଙ୍କୁ ବଟି ଆଦାୟ ଓ ଦୁର୍ନୀତି ଅଭିଯୋଗରେ ବାରାକପୁର ସବଡିଭିଜନାଲ କୋର୍ଟରେ ହାଜର କରାଯାଇଥିଲା, କୋର୍ଟ ତାଙ୍କୁ ପାଞ୍ଚ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଥିଲେ।କେଓଟଙ୍କୁ ହାଲିସହର ପୁଲିସ ହାଜତରେ ରଖାଯାଇଥିଲା। ଶନିବାର ଭୋର ସମୟରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ନଦିଆ ଜିଲ୍ଲାର କଲ୍ୟାଣୀସ୍ଥିତ ଜବାହରଲାଲ ନେହେରୁ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଓଟଙ୍କ ମୃତ୍ୟୁକୁ ନେଇ ହୋଇଥିବା ଅଭିଯୋଗର ପୁଲିସ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ପୁଲିସ ସୂତ୍ର ଅନୁଯାୟୀ, ହୃଦଘାତରେ କେଓଟଙ୍କ ମୃତ୍ୟୁ ହୋଇଛି। ତେବେ କେଓଟଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ସେ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି।କଞ୍ଚାରପାରା ପୌରପାଳିକାର ୨୩ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଜେନି ଶର୍ମା କେଓଟ କହିଛନ୍ତି ଯେ, ସେ ଶୁକ୍ରବାର ରାତି ପ୍ରାୟ ୯ଟାରେ ତାଙ୍କ ସ୍ୱାମୀଙ୍କୁ ଭେଟିଥିଲେ ଓ ‌ସେତେବେଳେ ତାଙ୍କ ସ୍ବାମୀ ସୁସ୍ଥ ଥିଲେ। କିନ୍ତୁ ତାଙ୍କ ଶରୀରରେ ଆଘାତ ଚିହ୍ନ ଥିଲା ଓ କାନରୁ ରକ୍ତ ବାହାରୁଥିଲା। ତାଙ୍କ ସ୍ବାମୀଙ୍କୁ ଦଉଡ଼ିରେ ବାନ୍ଧି ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା। ତାଙ୍କ ଶରୀରରେ ଆଘାତ ଚିହ୍ନ ରହିଛି। ସ୍ବାମୀଙ୍କୁ ମାଡ଼ ମାରି ରକ୍ତାକ୍ତ କରାଯାଇଥିବା ଅଭିଯୋଗ କରି ମୃତ୍ୟୁର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଜେନି କହିଛନ୍ତି ତାଙ୍କ ସ୍ବାମୀଙ୍କ ଅବସ୍ଥା କେତେବେଳେ ଖରାପ ହେଲା ଓ ତାଙ୍କୁ କେତେ ବେଳେ ହସ୍ପିଟାଲ ନିଆଗଲା ସେ ସମ୍ପର୍କରେ ପୁଲିସ ପରିବାରକୁ କୌଣସି ସୂଚନା ଦେଇ ନଥିଲା।ଏପରିକି ହସ୍ପିଟାଲ ନେବା ପରେ ବି ସ୍ବାମୀଙ୍କ ଅସୁସ୍ଥତା ଓ ମୃତ୍ୟୁ ସମ୍ପର୍କରେ ଖବର ଦିଆଯାଇନଥିଲା‌ ବୋଲି ଅଭିଯୋଗ କରିଛନ୍ତି। ପରିବାର ଲୋକ ଖବର ପାଇଁ ଶନିବାର ଭୋର ସମୟରେ ହସ୍ପିଟାଲରେ ପହଞ୍ଚି ଥିଲେ।କେଓଟଙ୍କ ମୃତ୍ୟୁ ପରେ ଟିଏମସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ପୁଲିସ ହାଜତରେ ନିର୍ଯାତନା ଦେଇଥିବା ଟିଏମ୍‌ସି ଅଭିଯୋଗ କରିଛି। ଅନ୍ୟପକ୍ଷରେ ବିଜେପି ହାଜତରେ କେଉଁ ପରିସ୍ଥିିତିରେ କେଓଟଙ୍କ ମୃତ୍ୟୁ ହେଲା ତା’ର ତଦନ୍ତ ହେବ ବୋଲି କହି। ବିଧାନସଭା ନିର୍ବାଚନରେ ​​ଟିଏମସିର ଖରାପ ପ୍ରଦର୍ଶନ ପରେ ପଦବୀ ଛାଡି ଦେଇ କଞ୍ଚାରପାରା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ କମଲ ଅଧିକାରୀଙ୍କ ନିକଟତର ସହଯୋଗୀ ଥିଲେ କେଓଟ। ଅଧିକାରୀ ସ୍ଥାନୀୟ ଅଞ୍ଚଳରେ ଦୁର୍ନୀତି ଅଭିଯୋଗର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ବିଜେପୁରର ବିଜେପି ବିଧାୟକ ସୁଦୀପ୍ତ ଦାସ କହିଛନ୍ତି, କେଓଟ ପରିବାର ତାଙ୍କ ସହଯୋଗ ଲୋଡ଼ିଲେ ସେ ସହାୟତା କରିବେ। ଅପରପକ୍ଷେ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ମଧ୍ୟ କେଓଟଙ୍କ ମୃତ୍ୟୁକୁ ନିନ୍ଦା କରିଛନ୍ତି ଓ ଏତଲାରେ ତାଙ୍କ ନାମ ନ ଥିବା ସତ୍ତ୍ୱେ ତାଙ୍କୁ କାହିଁକି ହେପାଜତକୁ ନିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!