ରାଜ୍ୟ

ବନ୍ୟାଞ୍ଚଳରେ ସମାଜସେବୀ ସାମଗ୍ରୀ ବଣ୍ଟନ କାର୍ଯ୍ୟ ଆରମ୍ଭ

Spread the love

ଦଶରଥପୁର,: ଦଶରଥପୁର ବ୍ଲକର ବିଭିନ୍ନ ପଞ୍ଚାୟତର ବନ୍ୟା ପ୍ରପୀଡ଼ିତଙ୍କୁ ସମାଜସେବୀ ସରୋଜ ବିଶ୍ୱାଳଙ୍କ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏବର୍ଷ ବାରମ୍ବାର ବନ୍ୟା ମାଡ଼ରେ ବ୍ଲକ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏବେ ମଧ୍ୟ ଅନେକ ଗାଁ ପାଣି ଘେରରେ। କିଛି ଗାଁରେ ପାଣି ଛାଡ଼ିଛି। ହେଲେ ଦୁର୍ଦ୍ଦଶା ଛାଡି ନାହିଁ। ସମାଜସେବୀ ସରୋଜ ବିଶ୍ୱାଳ, ସହ ନିରଞ୍ଜନ ଦାସ, ମନୋଜ ରାୟ, ଜୟକୃଷ୍ଣ ଦାସ, ପ୍ରଶାନ୍ତ ଦାସ, ଗଣେଶ ଦାସ, ପ୍ରଭାତ ଦାସ, ଦିବାକର ଦାସ, ନୀଳକଣ୍ଠ ଦାସ ଆଜି ଶୁଖିଲା ଖାଦ୍ୟ ଓ ବୋତଲ ପାଣି ବଣ୍ଟନ କରିଥିଲେ। ବ୍ଲକର ଧନୀପୁର, ବିମ୍ବାଧରପୁର, ମହାନ୍ତିପାଟଣା, ଜଗନ୍ନାଥପୁର ଆଦି ଗ୍ରାମର ପହଞ୍ଚି ପ୍ରପୀଡ଼ିତ ପରିବାରକୁ ବିସ୍କୁଟ, ଚୁଡା, ମୁଢି, ଗୁଡ଼ ଓ ପାଣି ବୋତଲ ପ୍ରଦାନ କରିଥିଲେ। ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!