ମହାନଗର

ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ମିଳନୀ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିନିଧି ସଭା

Spread the love

ଭୁବନେଶ୍ୱର : ଦେଶର ବୃହତ୍ତମ କେନ୍ଦ୍ରୀୟ ଶ୍ରମ ସଂଗଠନ ହିନ୍ଦ୍ ମଜଦୁର ସଭାର ଓଡ଼ିଶାରାଜ୍ୟ ପରିଷଦର ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଏକ ରାଜ୍ରସ୍ତରୀୟ ପ୍ରତିନିଧ୍ ଓ ଭାର ଆୟୋଜନ ଭୁବନେଶ୍ଵରଯୁନିଟ୍-୩ସ୍ଥିତ ଓଡ଼ିଶା ବ୍ଲାଇଣ୍ଡ ଆସୋସିଏସନ୍‌ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶ୍ରମିକ ନେତାରଣେନ୍ଦ୍ର ପ୍ରତାପ ସାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ପ୍ରତିନିଧ୍ ସଭାରେ ହିନ୍ଦ୍ ମଜଦୁର ସଭାର ରାଷ୍ଟ୍ରିୟଅଧ୍ୟକ୍ଷ ସି.ଏ. ରାଜାଶ୍ରୀଧର ଏବଂ ରାଷ୍ଟ୍ରିୟ ସାଧାରଣ ସମ୍ପାଦକ ହରଭଜନ ସିଂ ସିନ୍ଧୁ ଯୋଗଦାନ କରି ରାଜ୍ୟରସମସ୍ତ ଜିଲ୍ଲାରୁ ହିନ୍ଦ୍ ମଜଦୁର ସଭାର ସହବନ୍ଧିତ ପ୍ରାୟ ୯୨ଟି ଶ୍ରମିକ ସଂଗଠନର ପ୍ରତିନିଧ୍ ମାନଙ୍କୁ ସାଂପ୍ରତିକପରିସ୍ଥିତିରେ ଟ୍ରେଡ୍ ୟୁନିଅନ୍ ମାନଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଆଗାମୀଦିନରେ ଏହି ଆନ୍ଦୋଳନର ରୂପରେଖ କିପରି ହେବାକୁ ଯାଉଛି ସେ ସମ୍ପର୍କରେ ଅବଗତ କରାଇ ଏହାକୁ କିଭଳିହିନ୍ଦ ମଜଦୁର ସଭା ପ୍ରତିହତ କରିବ ତାର ବିସ୍ତୃତ ଭାବେ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେରାଷ୍ଟ୍ରିୟ ଅଧ୍ଯକ୍ଷ ଓ ସାଧାରଣ ସମ୍ପାଦକଙ୍କୁ ରାମନ୍ଦିର ଟ୍ରାଫିକ୍ ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ସଭାଗୃହପର୍ଯ୍ୟନ୍ତ ହିନ୍ଦ୍ ମଜଦୂର ସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ପାଛୋଟି ନେଇଥିଲେ।ସଭାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହବନ୍ଧିତ ୟୁନିଅନ୍ ମାନଙ୍କ ପ୍ରତିନିଧୁମାନେ ସକ୍ରିୟଆଲୋଚନାରେ ଭାଗ ନେଇ ରାଜ୍ୟରେ ଏକ ଦୃଢ଼ ନେତୃତ୍ଵର ଆବଶ୍ୟକତାକୁ ଉପଲବ୍ଧ କରି ଅତିଶିଘ୍ର ରାଜ୍ୟପରିଷଦ ଗଠନ ଓ ରାଜ୍ୟ ସମ୍ମିଳନୀର ଆୟୋଜନ କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ। ସମସ୍ତପ୍ରତିନିଧୁମାନଙ୍କର ଦାବୀ ଓ ହିନ୍ଦ୍ ମଜଦୁର ସଭାର ହିତକୁ ଦୃଷ୍ଟିରେ ରଖୁ ରାଷ୍ଟ୍ରୀୟ କର୍ମକର୍ତ୍ତା ରାଜ୍ୟ ପରିଷଦଗଠନ ପାଇଁ ମୁକ୍ତ, ସଚ୍ଛ ନିର୍ବାଚନ କରାଯିବା ପାଇଁ ଘୋଷଣା କରିଥିଲେ। ଘୋଷଣା ମୁତାବକ ଆସନ୍ତାସେପ୍ଟେମ୍ବର ମାସ ୧୩ ତାରିଖ ଦିନ ୨ଜଣ ରାଷ୍ଟ୍ରିୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ହିନ୍ଦ୍ ମଜଦୁର ସଭା ରାଜ୍ୟପରିଷଦର କର୍ମକର୍ତ୍ତା ଚୟନ ଗୁପ୍ତ ନିର୍ବାଚନ ମାଧ୍ୟମରେ କରାଯିବ ବୋଲି ସ୍ଥିର କରାଯାଇଥିଲା ।ପରିଶେଷରେ ସମସ୍ତ ପ୍ରତିନିଧୁ ହସ୍ତ ଉତ୍ତୋଳନ କରି ଉକ୍ତ ପ୍ରସ୍ତାବକୁ ସମର୍ଥନ ସୂଚକ ସମ୍ମଭିଜଣାଇଥିଲେ ଏବଂ ଏହାର ଏକ ଦସ୍ତାବିଜ୍ ରାଷ୍ଟ୍ରିୟ ସାଧାରଣ ସମ୍ପାଦକଙ୍କୁ ହସ୍ତାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!