ପୁରୀ,: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।କାର୍ତ୍ତିକ ବ୍ରତ ପରେ ନୂଆବର୍ଷ ପୂର୍ବରୁ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ। ଏନେଇ ସମସ୍ତ ପ୍ରକାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏକା ସଙ୍ଗେ ୮ଟି ରାମ୍ପରେ ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।ଘଣ୍ଟାଏ ଭିତରେ ରାମ୍ପରେ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ସାତ ପାହାଚ ପରେ ଗରୁଡ଼ସ୍ତମ୍ଭରୁ ବାହାର କାଠ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବ। ଛତିଶା ନିଯୋଗ ଏବଂ ପରିଚାଳନା କମିଟିର ପରିଦର୍ଶନ ପରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।
