ବ୍ରହ୍ମପୁର , : ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁ ଭୟାବହ ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହେବା ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଅନେକ ପରିବାର ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି। କରୋନା, ବାରମ୍ବାର ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଗଞ୍ଜାମ ଜିଲାବାସୀଙ୍କ ପିଛା ଛାଡ଼ୁନାହିଁ। ଏଭଳି ସ୍ଥିତିରେ ସଦ୍ୟ ବନ୍ୟାକୁ ନେଇ ରାଜନୈତିକ ଓ ପ୍ରଶାସନିକ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।ପ୍ରଶାସନ ପକ୍ଷରୁ ବନ୍ୟା ପରିଚାଳନା ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନ ନିୟମ ଅନୁଯାୟୀ କରାଯାଇଥିବା କୁହାଯାଉଛି। କିନ୍ତୁ ବାସ୍ତବରେ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ଭୁଲ ନିଷ୍ପତି ଯୋଗୁ ବନ୍ୟା ସ୍ଥିତି ଭୟଙ୍କର ହୋଇଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି, ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳସମ୍ପଦ ବିଭାଗ ଆଜି ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ଯୋଗୁ ବଦନାମ ହେବା ସହିତ ବିଜେପି ଦଳ ପ୍ରତି ଅଙ୍ଗୁଳି ଉଠିଛି, ଅପାରଗ, ନିକମା ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସଠିକ ନିଷ୍ପତି ନେଇ ପାରୁନଥିବା ସେଚସଦନରେ ଚର୍ଚ୍ଚା ହେଉଛି, ସ୍ୱୟଂ ନିଜେ ସର୍ବୋଚ୍ଚ ଯନ୍ତ୍ରୀ କହୁଛନ୍ତି ଯେ ମୁଁ ପଦବୀରେ ରହିଲେ କଣ ହେବ ପରିଚାଳନା ଦାୟିତ୍ୱ ମୋ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ, ଏହି ନିକଟରେ ଭିଜିଲାନ୍ସ ରେ ଗିରଫ ହୋଇଥିବା କଟକ ର ଅଧିକ୍ଷଣ ଯନ୍ତ୍ରୀ ବାବୁ ଫସିଗଲେ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ଯୋଗୁ ବୋଲି ଚର୍ଚ୍ଚା ହେଉଛି,, ଅପାରଗ ସର୍ବୋଚ୍ଚ ଯନ୍ତ୍ରୀ ବନ୍ୟା ପରିଚାଳନା କରିବାରେ ବିଫଳ ହୋଇଛନ୍ତି, ତେଣୁ ସରକାର ପଦବୀ ରୁ ତୁରନ୍ତ ହଟାଇବା ସହିତ ତଦନ୍ତ କରି କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ମଧ୍ୟ୍ୟ ହେଉଛି,ଅନ୍ୟପକ୍ଷରେ ସୋରଡ଼ା ଜଳଭଣ୍ଡାରର ଉପରମୁଣ୍ଡରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହେବା ଯୋଗୁ ସୋରଡ଼ା, ଆସିକା ଓ ସଂଲଗ୍ନ ଅଞ୍ଚଳରେ ବନ୍ୟା ହୋଇଥିଲା। ସେହିପରି ଭଞ୍ଜନଗର ଓ ଡହ ଜଳଭଣ୍ଡାରର ଉପରମୁଣ୍ଡରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହେବା ଫଳରେ ଏହି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଥିଲା। ପ୍ରାକୃତିକ ଦୁର୍ବିପାକ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଭୁଲ ପଦକ୍ଷେପ ଯୋଗୁ ଏତେ ବଡ଼ କ୍ଷୟକ୍ଷତି ହୋଇଥିବା ଜଣେ ଯନ୍ତ୍ରୀ କହିଛନ୍ତି।
ତେବେ ବିରୋଧୀ ଦଳଗୁଡ଼ିକ ଜଳଭଣ୍ଡାର ପରିଚାଳନାରେ ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଗଞ୍ଜାମରେ ଏଭଳି ଭୟାବହ ବନ୍ୟା ହୋଇଥିବା ଅଭିଯୋଗ କରୁଛନ୍ତି। ଗଞ୍ଜାମ ଜିଲ୍ଲା ରେଡ୍ ଜୋନ୍ରେ ଥିବା ସମୟରେ ଗତ ୨୮ ତାରିଖ ବିଳମ୍ବିତ ସନ୍ଧ୍ୟାରେ ଭଞ୍ଜନଗର ଉପଖଣ୍ଡର ସମସ୍ତ ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ କରାଯାଇଥିଲା। ସେତେବେଳେ ସୋରଡ଼ା ଜଳଭଣ୍ଡାରରେ ୯୨ ପ୍ରତିଶତ, ଭଞ୍ଜନଗର ଜଳଭଣ୍ଡାରରେ ୭୮ ପ୍ରତିଶତ, ଡହରେ ୭୫ ପ୍ରତିଶତ ଏବଂ ବାଘୁଆରେ ୭୨ ପ୍ରତିଶତ ଜଳ ମହଜୁଦ ଥିଲା। ୨୮ ତାରିଖ ରାତିରେ ଜଳଭଣ୍ଡାରଗୁଡ଼ିକର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଅଳ୍ପ ସମୟ ମଧ୍ୟରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିଲା। ଫଳରେ ରାତି ଅଧିଆ ଡହ ଓ ସୋରଡ଼ା ଜଳଭଣ୍ଡାରରୁ ପାଣି ଛଡ଼ାଯାଇଥିଲା। ଲୋକେ ସକାଳୁ ଉଠିବା ବେଳକୁ କେତେକ ଗ୍ରାମର ଅଗଣାରେ ବନ୍ୟାଜଳ ପ୍ରବେଶ କରିସାରିଥିଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।ସେହିପରି ୨୯ ତାରିଖରେ ଭଞ୍ଜନଗର ଜଳଭଣ୍ଡାରରୁ ପାଣି ଛଡ଼ାଯିବା ପରେ ଡହ, ଲୋହରାଖଣ୍ଡି ନଦୀ ଓ ଭଞ୍ଜନଗର ଅଞ୍ଚଳରୁ ଆସିଥିବା ବନ୍ୟାଜଳ ଲାଲସିଂ ନିକଟରେ ମିଶିଥିଲା। ଏହାର ପ୍ରଭାବରେ ଭଞ୍ଜନଗର, ବାଉଁଶଲୁଣ୍ଡି, ଢୁଢୁଆ, ଅଗଝୋଳ, ଗାମୁଣ୍ଡି ଓ ଭାଲିଆଖାଇ ପ୍ରମୁଖ ଗ୍ରାମରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସୋରଡ଼ା ଓ ଆସିକା ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଉପୁଜିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏଥିସହ ବିରୋଧି ଅଭିଯୋଗ କରିଛନ୍ତି ଯେ ବର୍ଷ ବର୍ଷ ଧରି ନଦୀରେ କାଶତଣ୍ଡୀ ଫୁଲ ରହିବା ଯୋଗୁ ୪୦ ପ୍ରତିଶତ ନଦୀ ପୋତି ହୋଇଯାଇଛି। ନଦୀ ତଟବର୍ତ୍ତୀ ଲୋକେ ବେନିୟମ ଭାବେ ମନଇଚ୍ଛା କୋଠା ନିର୍ମାଣ କରିଥିଲେ। ବର୍ଷା ସମୟରେ ବନ୍ୟା ଜଳ ଠିକ୍ ଭାବେ ନିଷ୍କାସନ ହୋଇପାରିଲା ନାହିଁ। ବାଲି ମାଫିଆ ମାନେ ମଧ୍ୟ ନଦୀକୁ ଖୋଳି ନଷ୍ଟ କରିଦେଇଛନ୍ତି। ନଦୀ ଆଡ଼ିବନ୍ଧ ଦୁର୍ବଳ ଯୋଗୁ ମଧ୍ୟ ବିପଦ ବଢ଼ିଥିଲା। ନଦୀ ଏବଂ କେନାଲକୁ ସଂଯୋଗ କରୁଥିବା ସ୍ଥାନରେ ଥିବା ଚାବି ଗୁଡ଼ିକ ନଦୀର ଜଳସ୍ତର ବୃଦ୍ଧି ସମୟରେ ବନ୍ଦ କରାଗଲା ନାହିଁ। ଅନେକ କେନାଲରେ ଚାବି ମୁକୁଳା ପଡିଛି। ଏହିଭଳି ଅନେକ କାରଣ ଯୋଗୁ ବନ୍ୟା ହୋଇଥିଲା ବୋଲି ବିରୋଧି ଅଭିଯୋଗ କରିଛନ୍ତି।ଏହି ବିବାଦ ମଧ୍ୟରେ ପୂର୍ବତନ ଜଳସମ୍ପଦ ବିଭାଗ ସଚିବ ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଞ୍ଜାମ ବନ୍ୟାକୁ ନେଇ ସୋସିଆଲ ମିଡିଆରେ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ୟା ପରିଚାଳନା ଓ ଜଳ ନିଷ୍କାସନକୁ ନେଇ ତାଙ୍କ ମତ ନୂଆ ବିବାଦ ସୃଷ୍ଟି କରିଛି। ସୁରେଶ ମହାପାତ୍ର ଦାୟିତ୍ୱରେ ଥିବା ସମୟରେ ମଧ୍ୟ ଅନେକ ବନ୍ୟା ଆସିଥିଲେ ହେଁ ତାହାର ସଫଳ ମୁକାବିଲା କରାଯାଇଥିବା ତାଙ୍କ ମତରୁ ଜଣାପଡ଼ିଛି।ତେବେ ତାଙ୍କ ବୟାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗରେ ପୁରୁଣା ରେକର୍ଡ ଓ ଫାଇଲ ଖୋଜାଖୋଜି ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବ ବନ୍ୟା ସମୟରେ ଜଳଭଣ୍ଡାରଗୁଡ଼ିକରେ କେତେ ପ୍ରତିଶତ ଜଳ ମହଜୁଦ ରହୁଥିଲା, ସେ ସମ୍ପର୍କିତ ପୁରୁଣା ଫାଇଲ ଓ ରେକର୍ଡ ଯାଞ୍ଚ କରାଯାଉଛି। ବିଭାଗର ଜଣେ ଯନ୍ତ୍ରୀ ପରୋକ୍ଷରେ ପୂର୍ବତନ ସଚିବଙ୍କ ବୟାନକୁ ଭୁଲ ବୋଲି ଦର୍ଶାଇଛନ୍ତି। ବନ୍ୟା ଆଶଙ୍କା ଥିବା ସମୟରେ ଜଳଭଣ୍ଡାରରେ ୫୦ ପ୍ରତିଶତରୁ କମ୍ ଜଳ ରଖାଯାଇଥିବା ନଜିର ନାହିଁ ବୋଲି ସେ କହିଛନ୍ତି। ତଥାପି ପୂର୍ବତନ ସଚିବଙ୍କ ବୟାନ ପରେ ପୁରୁଣା ଫାଇଲ ଖୋଜା ଚାଲିଛି। ଖୁବଶୀଘ୍ର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଜଳଭଣ୍ଡାର ଜଳ ନିଷ୍କାସନ ହୋଇଛି। ବିଭାଗର ନିଷ୍ପତ୍ତି ଠିକ୍ ଥିଲା। କିନ୍ତୁ ଆଶାଠାରୁ ଅଧିକ ବର୍ଷା ଯୋଗୁ ଏହି ସମସ୍ୟା ହୋଇଥିଲା ଯାହା ସଫେଇ ଦେଉଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ତାହା ଭୁଆଁ ବୁଲାଇବା ସଦୃଶ୍ୟ, ଗଞ୍ଜାମ, ଗଜପତି ରେ ବନ୍ୟା ର ମୁଖ୍ୟ ଖଳନାୟକ ଦିଲ୍ଲୀପ ରାଉତ ବୋଲି ଅନେକ ଅଭିଜ୍ଞ ଠିକାଦାର ମତ ପ୍ରକାଶ କରିଛନ୍ତି, ଏପରି ଜଣେ ଅପାରଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ସରକାର ତୁରନ୍ତ ବହିଷ୍କାର କରିବାକୁ ବିଭିନ୍ନ ମହଲରେ ଦାବି ଧରିଛି
