ଭୁବନେଶ୍ୱର :ସାଧାରଣ ଜନତାଙ୍କ ଅର୍ଥକୁ ଲୁଣ୍ଠନ କରି ସେହି ଟଙ୍କାରେ ରାଜଧାନୀ ରେ ଏକାଧିକ ପ୍ଲଟ, ଫ୍ଲାଟ, ଓ ସୌଖିନ ତଥା ବିଳାସପୁର୍ଣ ଗୃହ ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗର କେନ୍ଦୁଝର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସମ୍ବିତ ମହାନ୍ତିଙ୍କ ଅସଲ ମୁଖା ଖୋଲିବାରେ ଲାଗିଛି, ଲୁଟେରା ଯନ୍ତ୍ରୀ ମହାନ୍ତି ବାବୁ ଅନେକ ନିର୍ମାଣ କାର୍ଯ୍ୟ ତ୍ରୁଟିପୂର୍ଣ୍ଣ କରି ପୂର୍ବତନ ସେତୁ ମୁଖ୍ୟଯନ୍ତ୍ରୀ ଅରବିନ୍ଦ ତ୍ରିପାଠୀଙ୍କ ଠାରୁ ଗାଳି ଖାଇବା ପରେ ମଧ୍ୟ୍ୟ କେତେକ ବ୍ରିଜ ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଓ ଭୁଲ କରି ଥିଲେ ବୋଲି ପୂର୍ବତନ ମୁଖ୍ୟଯନ୍ତ୍ରୀ କହିଛନ୍ତି,, ଅର୍ଥ ଶୋଷଣକାରି, ଲୁଟେରା, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ଯନ୍ତ୍ରୀ ସମ୍ବିତ ମହାନ୍ତି ଶଶୁର ଘର କେନ୍ଦୁଝର ଅଂଚଳ ରେ ହୋଇଥିବା ଯୋଗୁ ସେ ଅଖି ବୁଝା ଦୁର୍ନୀତି କରୁଛନ୍ତି ଏହା ପଛରେ ଯନ୍ତ୍ରୀ ମହାନ୍ତି ବାବୁ କେତେ ଲକ୍ଷ ଟଙ୍କା କାରବାର କରିଛନ୍ତ ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ରାୟଗଡା -୨ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପାଢ଼ୀ ବାବୁ ମତ ପ୍ରକାଶ କରିଛନ୍ତି, ମହାଦୁର୍ନୀତି ରେ ଲିପ୍ତ ସମ୍ବିତ ମହାନ୍ତି କେନ୍ଦୁଝର ଜିଲ୍ଲାରୁ କୋଟିକୋଟି ଟଙ୍କା ମିଥ୍ୟା ବିଲ କରି ଲୁଟିସାରିଲେଣି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି,ଦୁର୍ନୀତିଗ୍ରସ ଯନ୍ତ୍ରୀ ମହାନ୍ତି ବାବୁ ଅଧିକ୍ଷଣ ଯନ୍ତ୍ରୀ ହୋଇଥିବାରୁ ସଚିବ, ମନ୍ତ୍ରୀଙ୍କୁ ଡ୍ୟାସ ରେ ଖାତିର କରୁନାହାନ୍ତି ବୋଲି ଠିକାଦାର ସୁଶାନ୍ତ ମାଝୀ କହିଛନ୍ତି, ଅହଂକାରୀ, ମିଥ୍ୟା ବିଲ କରି କଳା ଟଙ୍କାର ପାହାଡ଼ ଉପରେ ବସିଥିବା ଯନ୍ତ୍ରୀ ସମ୍ବିତ ମହାନ୍ତି ଏବେ କ୍ଷମତା ରେ ରହି କେନ୍ଦୁଝର ଡିଭିଜନକୁ ଖୋଳ କରିସାରିଲେଣି ବୋଲି ଅରୁଣ ପାଣ୍ଡେ କହିଛନ୍ତି, ।ଅଧିକ୍ଷଣ ଯନ୍ତ୍ରୀ ସମ୍ବିତ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ପାଖ ଲୋକ କହି ଠିକାଦାର ମାନଙ୍କୁ ଡରାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି, ପିସି ପ୍ରିୟ ଯନ୍ତ୍ରୀ ସମ୍ବିତ ମହାନ୍ତି ସିଧା ସଳଖ ଅତିରିକ୍ତ ସଚିବ ଦାସ ବାବୁ ଓ ସଚିବ ସଞ୍ଜୟ ସିଂଙ୍କ ସହିତ ଯୋଗାଯୋଗ ରେ ରହି କାମ କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି, ୨ ବର୍ଷ ରୁ ଅଧିକ ଦିନ ହେଲା କେନ୍ଦୁଝର ରେ ରହି ଦୁର୍ନୀତିର କାୟା ବିସ୍ତାର କରି କଳା ଧନ ଅର୍ଜନ କରୁଥିବା ସମ୍ବିତ ଙ୍କୁ ତୁରନ୍ତ କେନ୍ଦୁଝର ଡିଭିଜନ ରୁ ହଟାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ଯଦି ଯୋଡ଼ା, ବଡ଼ବିଲ, ଚମ୍ପୁଆରେ କୌଣସି ଅନିୟମିତତା, ଦୁର୍ନୀତି, କର୍ତ୍ତବ୍ୟରେ ଅବହେଳା କିମ୍ବା ନିୟମ ଉପୁଂଘନ ପ୍ରମାଣ ମିଳେ ତେବେ ବିଭାଗ ପକ୍ଷରୁ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି, ଯନ୍ତ୍ରୀ ସମ୍ବିତ ମହାନ୍ତି ଉପରେ ଭିଜିଲାନ୍ସ ତଦନ୍ତ ହେଲେ କୋଟିକୋଟି ଟଙ୍କାର ଗୁପ୍ତ ଧନର ସନ୍ଧାନ ମିଳିପାରିବ ବୋଲି ଜିଲ୍ଲାର ସାଧାରଣ ଜନତା ମତବ୍ୟକ୍ତ କରିଛନ୍ତି, ଯନ୍ତ୍ରୀ ମହାନ୍ତି ବାବୁ ଉପରେ ଆହୁରି ତଥ୍ୟ ଭିତିକ କଳଙ୍କିତ ଖବର ଆଗାମୀ ସଂଖ୍ୟା ରେ ପ୍ରକାଶ ପାଇବ,
