ଅପରାଧ

ଭିଜିଲାନ୍ସ ସ୍କାନରରେ ଯନ୍ତ୍ରୀ ସନ୍ତୋଷ ଚୌଧୁରୀ,-ଦୁର୍ନୀତି ଓ ଅନିୟମିତତାର ତଦନ୍ତ ଦାବି

Spread the love

ଢେଙ୍କାନାଳ : ରେଙ୍ଗାଲି କେନାଲ ପ୍ରୋଜେକ୍ଟ ରେ ବ୍ୟାପକ ଦୁର୍ନୀତି କରି ସରକାରୀ ଅର୍ଥ ଲୁଟୁଥିବା ଯନ୍ତ୍ରୀ ସନ୍ତୋଷଙ୍କ ମୁଖା ଖୋଲିବାରେ ଲାଗିଛି, ଭିଜିଲାନ୍ସ ସ୍କାନରରେ ରହିଛନ୍ତି ଢେଙ୍କାନାଳ ରେଙ୍ଗାଳୀ ଦକ୍ଷିଣ କେନାଲର ଅଧ୍ୟକ୍ଷଣଯନ୍ତ୍ରୀ ଏନ ସନ୍ତୋଷ ଚୌଧୁରୀ । ତାଙ୍କ ନାମରେ ଦୁର୍ନୀତିତଥା ଅନିୟମିତତା ଅଭିଯୋଗ ନେଇ ଢେଙ୍କାନାଳରଜଣେ ବ୍ୟକ୍ତି ଭିଜିଲାନ୍ସ ନିର୍ଦେଶାଳୟ, କଟକଙ୍କ ନିକଟରେ ତଦନ୍ତ ଦାବିରେ ପିଟିସନ ଦାଖଲ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, ଯନ୍ତ୍ରୀ ସନ୍ତୋଷଙ୍କ ଆୟ ବହିର୍ଭୁତସମ୍ପତ୍ତି ଠୁଳନେଇ ଖବର ପ୍ରକାଶ ପାଇଥିଲା । ଉକ୍ତ ଖବରର ସତ୍ୟତା ରହିଛି । କେଉଁଠି ଘର, ଜମି ରହିଛି,ପୂର୍ବରୁ କେଉଁଠି କେଉଁ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ,ଯନ୍ତ୍ରୀ ସନ୍ତୋଷଙ୍କ ପୁରା କର୍ମ ଜାତକ ଯୋଗାଇ ଦେଇଛନ୍ତି ପିଟିସନର ବ୍ୟକ୍ତିଜଣକ । ତାଙ୍କ କାର୍ଯ୍ୟକାଳରେ ବିଭିନ୍ନ ପ୍ରକଳ୍ପ ଗୁଡିକ ନିମ୍ନମାନର ହେବା ସହ ପିସି କାରବାରହୋଇଛି । ଫଳରେ ସରକାରଙ୍କ ବିଭିନ୍ନ ଜନହିତକର ପ୍ରକଳ୍ପର ଲାଭ ସାଧାରଣ ଲୋକେ ଉଠାଇ ପାରିନଥିବାବେଳେ ଯନ୍ତ୍ରୀ ସନ୍ତୋଷ ମାଲେମାଲ ହୋଇଛନ୍ତି |ଏପରିକି ଅଧ୍ୟକ୍ଷଣ ଯନ୍ତ୍ରୀ ସନ୍ତୋଷ ନିଜ ସରକାରୀପଦବୀର ଭରପୁର ଫାଇଦା ଉଠାଇଥବା ପିଟିସନର ଦର୍ଶାଇଛନ୍ତି | ସାଙ୍ଘାତିକ କଥା ହେଉଛି, ଯନ୍ତ୍ରୀ ଶ୍ରୀଚୌଧୁରୀଙ୍କ ନିକଟରେ ତାଙ୍କ ଦରମା ଅନୁଯାୟୀ ସମ୍ପଭିନରହି ଅତ୍ୟଧ୍ବକ ଗୁଣ ଅଧ‌ିକ ରହିଛି । ସେ ସବୁରତଥ୍ୟ ପିଟିସନର ଭିଜିଲାନ୍ସ ନିର୍ଦେଶକଙ୍କ ନିକଟରେଦାଖଲ କରିଛନ୍ତି । ଏସବୁ ହିସାବ କରି ଖୁବଶୀଘ୍ର ଯନ୍ତ୍ରୀଚୌଧୁରୀଙ୍କ ନାମରେ ଭିଜିଲାନ୍ସ ଅଦାଲତରେ ମାମଲାଢେଙ୍କାନାଳ ରେଙ୍ଗାଳୀ ଦକ୍ଷିଣ କେନାଲର ଅଧ୍ୟକ୍ଷଣ ଯନ୍ତ୍ରୀସନ୍ତୋଷ ଚୌଧୁରୀଙ୍କ ନାମରେ ଦୁର୍ନୀତି ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳନେଇ ଭିଜିଲାନ୍ସ ନିର୍ଦେଶକଙ୍କ ନିକଟରେ ପିଟିସନ । ରୁଜୁ କରାଯାଇ ପିସିପ୍ରିୟ ଯନ୍ତ୍ରୀ ସନ୍ତୋଷଙ୍କ ବିଭିନ୍ନ ବାସଭବନରେ ଚଢ଼ାଉ କରିବାକୁ ଭିଜିଲାନ୍ସ ବିଭାଗ ପ୍ରସ୍ତୁତ ହେଉଥ‌ବା ସୂଚନା ମିଳିଛି । ଲୋମହର୍ଷଣ କାରି ଦୁର୍ନୀତିର ତଥ୍ୟ ଆରଥରକୁ,,,,,,,

Leave a Reply

Your email address will not be published. Required fields are marked *

error: Content is protected !!