ଅପରାଧ

କଥା କଟାକଟି ହେଲା କାଳ: ଯୁବକଙ୍କୁ ପିଟିପିଟି ମାରିଦେଲେ

Spread the love

ବରଗଡ଼: :ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଜଣେ ବିବାହିତ ଯୁବକ ଗଣେଶ ଓରଫ୍‌ ମନୋଜ ବାଗ(୩୦)ଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଏତଲା ଦେବା ପରେ ସ୍ଥାନୀୟ ସଦର ଥାନା ପୋଲିସ ଏକ ହତ୍ୟା ମାମଲା(ନଂ-୧୪୪/୨୫) ରୁଜୁ କରିଛି। ଏହି ଘଟଣାରେ ୨ଯୁବକଙ୍କୁ ଥାନାରେ ଅଟକ ରଖି ପଚାରାଉଚରା କରାଯାଉଥିବା ସୂଚନା ମିଳିଛି। ସେହିପରି ମଙ୍ଗଳବାର ପୂର୍ବାହ୍ନରେ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ଅଧିକ ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ, ରବିବାର ମୃତ ଗଣେଶ ତାଙ୍କ ଅନ୍ୟ ୨ଜଣ ସାଙ୍ଗଙ୍କ ସହିତ ଅତାବିରା ଥାନା କାଠଡ଼େରାକୁ ବାହୁଡ଼ାଯାତ୍ରା ଦେଖିବାକୁ ଯାଇଥିଲେ। ବାହୁଡ଼ାଯାତ୍ରା ଦେଖି ସାରି ସେମାନେ ଫେରିବା ବାଟରେ ରାତିରେ ସରସରା ନିକଟ ଏକ ଢ଼ାବାରେ ଖିଆପିଆ କରିଥିଲେ। ତେବେ ସେଠାରୁ ଖିଆପିଆ ସାରି ଘରକୁ ଯିବା ବାଟରେ କୌଣସି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗଣେଶଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସୋମବାର ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!