ଆଜି ଭାରତ ବନ୍ଦ: ସ୍କୁଲ କଲେଜ ଓ ଅଫିସ ବି ରହିବ ବନ୍ଦ! ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ, : ଆଜି ଦେଶବ୍ୟାପୀ ଏକ ହଡ଼ତାଳ ବା ‘ଭାରତ ବନ୍ଦ’ ଡାକରା ହୋଇଛ। ଯାହାକୁ ବିଭିନ୍ନ ଟ୍ରେଡ଼ ୟୁନିଅନ ଏବଂ କୃଷକ ସଂଗଠନମାନେ ସମର୍ଥନ କରୁଛନ୍ତି। ଏହି ହଡ଼ତାଳ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଆହୱାନ କରାଯାଇଛି। ଏହା ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଆଜି ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲା ରହିବ ନା ବନ୍ଦ ରହିବ। ଏହି ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଜାଣନ୍ତୁ।ସରକାରୀ ଓ ବେସରକାରୀ ସ୍କୁଲ ତଥା କଲେଜଗୁଡ଼ିକ ଆଜି ସାଧାରଣତଃ ଖୋଲା ରହିବ ବୋଲି ସୂଚନା ମିଳିଛି। କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ସରକାରଙ୍କ ତରଫରୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ତେବେ, କିଛି ଅଞ୍ଚଳରେ ହଡ଼ତାଳ ଯୋଗୁଁ ପରିବହନ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି, ଯାହା ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି କରିପାରେ। ବର୍ତ୍ତମାନ ସୁଦ୍ଧା, ୯ ଜୁଲାଇରେ ସ୍କୁଲ, କଲେଜ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୌଣସି ସରକାରୀ ସୂଚନା ନାହିଁ। କୌଣସି ବ୍ୟାପକ ବନ୍ଦ ଘୋଷଣା କରାଯାଇ ନାହିଁ, କିନ୍ତୁ ରାସ୍ତା ଅବରୋଧ ଓ ସ୍ଥାନୀୟ ପ୍ରତିବାଦ ଯୋଗୁଁ ଅନେକ ସହରରେ ଟ୍ରାଫିକ୍ ହ୍ରାସ ପାଇପାରେ, ଯାହା ଯାତ୍ରାକୁ କଷ୍ଟକର କରିପାରେ। ଆପ୍-ଆଧାରିତ କ୍ୟାବ୍ ସେବା, ସାର୍ବଜନୀନ ବସ୍ ଏବଂ ଅଟୋ-ରିକ୍ସା ସୀମିତ ମାତ୍ରାରେ ଚାଲିପାରେ।ଭାରତ ବନ୍ଦ ଯୋଗୁଁ ବ୍ୟାଙ୍କିଙ୍ଗ, ପରିବହନ, ବିଦ୍ୟୁତ୍ ଓ କୋଇଲା ଖଣି ଭଳି କ୍ଷେତ୍ରରେ ବାଧା ସୃଷ୍ଟି ହେବ, ଯାହା ସାଧାରଣ ଜୀବନକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଏହି ବନ୍ଦ ବିଶେଷ ଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରଭାବଶାଳୀ ହେବ, ଯେଉଁଠାରେ ସ୍କୁଲ ଏବଂ କଲେଜ ବନ୍ଦ ରହିବ। ଅନ୍ୟାନ୍ୟ ରାଜ୍ୟ: ଦିଲ୍ଲୀ, ନୋଏଡା, ଗାଜିଆବାଦ ଓ ଫରିଦାବାଦ ସମେତ ଅଧିକାଂଶ ରାଜ୍ୟରେ ସ୍କୁଲ, କଲେଜ ଓ ଘରୋଇ କାର୍ଯ୍ୟାଳୟ ଖୋଲା ରହିବ ବୋଲି ଆଶା କରାଯାଉଛି। ତଥାପି, ପରିବହନ ସମସ୍ୟା ଓ ପ୍ରତିବାଦ ଯୋଗୁଁ ଛାତ୍ରଛାତ୍ରୀ ଏବଂ ଚାକିରିଆମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ହଡ଼ତାଳ ଯୋଗୁଁ ସାର୍ବଜନୀନ ପରିବହନ ସେବା, ଯେପରିକି ବସ ଓ ଅଟୋ ରିକ୍ସା, କିଛି ଅଞ୍ଚଳରେ ବାଧାପ୍ରାପ୍ତ ହୋଇପାରେ। ଏହା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଓ କଲେଜ ଯିବାରେ ଅସୁବିଧା ସୃଷ୍ଟି କରିପାରେ। ଅଭିଭାବକମାନଙ୍କୁ ପୂର୍ବରୁ ସ୍କୂଲ ବସ କିମ୍ବା ଅନ୍ୟ ପରିବହନ ବ୍ୟବସ୍ଥା ସମ୍ପର୍କରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି। ଏହି ହଡ଼ତାଳ ବ୍ୟାଙ୍କିଙ୍ଗ, ଡାକ ସେବା, କୋଇଲା ଖଣି, ର୍ନିମାଣ ଓ ରାଜମାର୍ଗ କ୍ଷେତ୍ରରେ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ। ତେବେ, ଜରୁରୀ ସେବା ଯେପରିକି ହସ୍ପିଟାଲ, ଆମ୍ବୁଲାନ୍ସ, ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ସେବା ସାଧାରଣତଃ ଅବ୍ୟାହତ ରହିବ।ଏହି ହଡ଼ତାଳ ନୂଆ ଶ୍ରମ କୋଡ଼, ବେକାରୀ, ମୁଦ୍ରାସ୍ଫୀତି ଏବଂ ସରକାରଙ୍କ କଲ୍ୟାଣ ଯୋଜନାରେ କାଟ ବିରୋଧରେ ଡକାଯାଇଛି। ଟ୍ରେଡ଼ ୟୁନିଅନମାନେ ଅଭିଯୋଗ କରିଛନ୍ତି ଯେ ସରକାର ବଡ଼ ବ୍ୟବସାୟୀଙ୍କୁ ସମର୍ଥନ କରୁଥିବା ନୀତି ଗ୍ରହଣ କରୁଛନ୍ତି, ଯାହା ଶ୍ରମିକ ଓ କୃଷକଙ୍କ ପାଇଁ କ୍ଷତିକାରକ।ଏହି ହଡ଼ତାଳରେ ଭାରତୀୟ ଜାତୀୟ ଟ୍ରେଡ଼ ୟୁନିଅନ କଂଗ୍ରେସ (INTUC), ଅଖିଳ ଭାରତୀୟ ଟ୍ରେଡ଼ ୟୁନିଅନ କଂଗ୍ରେସ (AITUC), ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିଅନ (CITU) ଏବଂ ସମ୍ୟୁକିଷାନ ମୋର୍ଚ୍ଚା ପରି ସଂଗଠନ ସାମିଲ ଅଛନ୍ତି।
