ମୁଖ୍ୟ ଖବର

ଗୁମର ଖୋଲିଲେ ଅର୍ଚ୍ଚନା: ମୋ ସହ ହୋଇଥିଲା ଷଡ଼ଯନ୍ତ୍ର

Spread the love

ଭୁବନେଶ୍ୱର, ବିଜେଡି ବିରୋଧରେ ବର୍ଷିଲେ ଅର୍ଚ୍ଚନା ନାଗ। ତାଙ୍କ ଗିରଫଦାରୀ ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି ଅର୍ଚ୍ଚନା। ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇଛନ୍ତି ଅର୍ଚ୍ଚନା ନାଗ। ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି। ତତ୍କାଳୀନ ଡିସିପି ପ୍ରତୀକ ସିଂ ଓ ଏସିପି ପ୍ରକାଶ ପାଲ ମଧ୍ୟ ସମ୍ପୃକ୍ତ ବୋଲି ଅର୍ଚ୍ଚନା କହିଛନ୍ତି।ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ପରେ ଆଜି ପ୍ରେସମିଟ କରି ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚ୍ଚନା। ସେ କହିଛନ୍ତି, ତାଙ୍କୁ ପଛରୁ ଛୁରି ମାରିଥିଲେ କିଛି ଆଗ ଧାଡିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ। ଆଜି ସେମାନଙ୍କ ନା ନେଇ ସେମାନଙ୍କ ବିରୋଧରେ ଖୋଲା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ଏନେଇ ବିଜେଡି ନେତା କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।

Leave a Reply

Your email address will not be published. Required fields are marked *

error: Content is protected !!