ରାଜ୍ୟ

ଦୁର୍ନୀତି କରି ଯନ୍ତ୍ରୀ ଠିକାଦାର ମାଲାମାଲ, ୧୫ ଦିନରେ ଧୋଇଗଲା ୧୦ ଲକ୍ଷ ଟଙ୍କାର ପୋଲ

Spread the love

ଥୁଆମୂଳ ରାମପୁର,: ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ କାମ ଯୋଗୁ ତାହା ଅତି କମ୍‌ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି । ଟଙ୍କା ଆସୁଛି ,କାମ ବି ହେଉଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଦୁର୍ବଳିଆ କାମ ଯୋଗୁ ତାହା କମ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି । ଏମିତି ଏକ ଘଟଣା ଘଟିଛି ଥୁଆମୂଳ ରାମପୁର ବ୍ଲକରେ। ୧୦ ଲକ୍ଷ ଟଙ୍କାର ପୋଲ ନିମ୍ନମାନର କାମ ଯୋଗୁ ୧୫ ଦିନ ମଧ୍ୟରେ ଭାଙ୍ଗିଯାଇଛି । ଏହି ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତର ବଳଙ୍ଗି ଓ ତେନ୍ତୁଳି ପଦର ଗାଁ ମଝିରେ ଏକ ନାଳା ଅଛି । ଏହି ନାଳା ଯୋଗୁ ଦୁଇଟି ଗାଁ ବିଚ୍ଛିନ୍ନ ହେଉଥିଲା। ଲୋକ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଏଠାରେ ଏକ ପୋଲ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ କରାଗଲା । ହେଲେ ଲୋକେ ପୋଲ ଉପରେ ଚାଲିବା ପୂର୍ବରୁ ପୋଲ ସବୁ ଧୋଇହୋଇଗଲା। ନିମ୍ନ ମାନର କାମ ଯୋଗୁ ତାହା ଭାଙ୍ଗି ଯାଇଛି। ଏନେଇ ଥୁଆମୂଳ ରାମପୁର ବିଡିଓ ଧୃବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ କହିଥିଲେ, ଯଦି ଏମିତି ହୋଇଛି ତାହେଲେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁର୍ଗମ ଅଞ୍ଚଳ ବୋଲି ସରଳ ଅଧିବାସୀମାନଙ୍କୁ ଭକୁଆ ବନାଇ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି କରୁଥିବା ନେଇ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!