ବସ ଓ ବାଇକ୍ ଦୁର୍ଘଟଣା, ୧ ମୃତ ଓ ୧ ଗୁରୁତର
ଜଗତସିଂହପୁର, : ଆଜି ସକାଳ ସମୟରେ ଆଳସାହି ରୁ ପାରାଦୀପ ଅଭିମୁଖେ ଯାଉଥିବା ଓଡ଼ି -୦ ୨ଏନ୍ – ୮୪୬୯ ସାଇ କ୍ରିଷ୍ଣା ନାମକ ଯାତ୍ରୀବାହୀ ବାସ ନାଉଗାଁ ଜଗତସିଂହପୁର ରାସ୍ତାର ପାଳ ସହି(ଖଇରା ) ନିକଟରେ ଦୁର୍ଘଟଣା ଗ୍ରସ୍ତ। ଏକ ବାଇକ୍ ନମ୍ବର ଓଡି -୧୩ୟୁ -୮୪୬୯ କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକ ମୃତ । ମୃତ ପୁରୀ ଜିଲ୍ଲା ବାସେଳି ସାହିର ଅମିତ ସାହୁ ବୋଲି ସୂଚନା ମିଳିଛି।ବାଇକ୍ ପଛରେ ବସିଥିବା ଜଣଙ୍କ ଗୁରୁତର ହେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି। ତେବେ ଦୁର୍ଘଟଣା କରି ବସ କଟକ ଅଭିମୁଖେ ଫେରାର ହୋଇ ଯାଇଛି।
ଅନ୍ୟ ପକ୍ଷରେ ଉକ୍ତ ବସ ର ଚାଳକ ବେପାର କରିବା ସକାଶେ ରାସ୍ତାର ବିଭିନ୍ନ ଛକ ମାନଙ୍କରେ ଟାଇମ ଖାଇ, ଜଗତସିଂହପୁର ଷ୍ଟାଣ୍ଡ ରେ ସମୟ ଧରିବା ନେଇ ଦୃତ ଗତିରେ ଆସୁଥିଲା ବୋଲି ଅଭି ଯୋଗ ହେଉଛି। ଏଥି ସହିତ ବସ ର କାଗଜ ପତ୍ର ଠିକ୍ ନଥିବା ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣା ଯାଇଛି। ନାଉଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
