ରାଜ୍ୟ

ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଲେ ପିଅନ

Spread the love

ଗଜପତି,: ଆର୍‌.ଉଦୟଗିରି RWSS ଯନ୍ତ୍ରୀଙ୍କୁ ବୋତଲରେ ପାଣି ବଦଳରେ ପରିସ୍ରା ଦେଇଛନ୍ତି ଜଣେ କର୍ମଚାରୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଗତ ୨୨ ତାରିଖରେ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ ଯୋଗଦେଇଥିଲେ ଯନ୍ତ୍ରୀ ସଚିନ ଗୌଡ଼। ୨୩ରେ ଯନ୍ତ୍ରୀ ଜଣକ ନିଜ ସରକାରୀ ବାସଭବନରେ ଖାଇ ସାରିବା ପରେ ବୋତଲରେ ଥିବା ପାଣି ଭାବି ପିଇଥିଲେ। ତେବେ ପିଇବା ପରେ ସେ ତାହା ପରୀକ୍ଷା କରି କଣିବାକୁ ପାଇଲେ ପରିସ୍ରା ବୋଲି। ଏହା ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଏନେଇ ଆର୍‌.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି ଯନ୍ତ୍ରୀ ସଚିନ ଗୌଡ଼। ତେବେ ଏତଲା ପାଇବା ପରେ ପୋଲିସ ଏବେ ତଦନ୍ତ ଚଳାଇଛି । ଏବେ ଏହି ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

error: Content is protected !!