ଯୁବକଙ୍କୁ ପିଟି ହତ୍ୟା, ୨ ଜଣଙ୍କୁ ଅଟକ
ପାଟଣା,: କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ନାଏକ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଥିବା ପାଟଣା ଥାନା ରେ ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ(୨୮)। ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଗଙ୍ଗାଧର ସେହି ଗ୍ରାମର ଝପା ସାହି କୁ ଯାଇଥିଲା ବେଳେ କୌଣସି କାରଣରୁ ଦୀନବନ୍ଧୁ ପାତ୍ରଙ୍କ ଘର ନିକଟରେ ଦୀନବନ୍ଧୁଙ୍କ ସ୍ତ୍ରୀ, ପୁଅ-ବୋହୂ ରଙ୍ଗାଧରଙ୍କୁ ବାନ୍ଧି ନିସ୍ତୁକ ପିଟିବା ଫଳରେ ଗଙ୍ଗାଧର ଗୁରୁତର ହୋଇ ଘରକୁ ଫେରି ରାତିରେ ଖାଇ ପିଇ ଶୋଇଥିଲେ। ଗୁରୁବାର ସକାଳେ ଗଙ୍ଗାଧରଙ୍କୁ ଉଠାଇବାରୁ ସେ ନଉଠିବାରୁ ଗଙ୍ଗାଧର ର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇ ଗଙ୍ଗାଧରଙ୍କ ବାପା ପାଟଣା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଘଟଗାଁ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ସବ୍ ଇନ୍ସପେକ୍ଟର ଲକ୍ଷ୍ମଣ ମାଝୀ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସରୋଜ କୁମାର ସେଠୀ ପ୍ରମୁଖ କେନ୍ଦୁଝରରୁ ସାଇଣ୍ଟିଫିକ୍ ଟିମ୍ ସଦଳେବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୀନବନ୍ଧୁ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାକୁ ନେଇ ପଚରାଉଚୁରା ଜାରି ରଖିଥିବା ବେଳେ ପୁଅ ବୋହୂ ଫେରାର ହୋଇଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ଓ ପୁଅ ବୋହୁଙ୍କୁ ଶୀଘ୍ର ଧରାଯିବ ବୋଲି ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି।
