ରାଜ୍ୟ

ସମସ୍ଯା ଘେରରେ ବାସିଙ୍ଗି ଉଚ୍ଚ ବିଦ୍ଯାଳୟ

Spread the love

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ବାସିଙ୍ଗି ପଞ୍ଚାୟତ ର ଅନତି ଦୂରରେ ଅବସ୍ଥିତ ୧୯୭୯ ମସିହାରେ ସ୍ଥାପିତ ବାସିଙ୍ଗି ଉଚ୍ଚ ବିଦ୍ଯାଳୟ ନୂତନ ଅନୁଦାନ ପ୍ରାପ୍ତ ହୋଇ ଏବେ ସମସ୍ଯା ଘେରରେ ରହିଛି l ଏଠାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମିଶି ୪୦ ଜଣ ହୋଇଥିବା ବେଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମିଶି ୬୮ ଜଣ ଅର୍ଥାତ୍ ସମୁଦାୟ ୧୦୮ ଜଣ ଛାତ୍ରଛାତ୍ରୀ ପଠନ କରନ୍ତି l ଏଠାରେ ଝିଅ ପିଲାମାନଙ୍କର ଏସ ଟି ଛାତ୍ରୀନିବାସ ରେ ୧୦୦ ଶଯ୍ଯା ବିଶିଷ୍ଟ ରହିଛି l ଏଠାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ତଥା ସଂସ୍କୁତ ବିଷାରଦ୍ଧ ସୌଭାଗ୍ଯ ଲକ୍ଷ୍ମୀ ଦତ୍ତ ଓ କ୍ରୀଡା ଶିକ୍ଷକ ଅମର କୁମାର ମହାନ୍ତ ରହିଥିବା ବେଳେ କଳା ଶିକ୍ଷକ ୩ ଜଣ, ବିଜ୍ଞାନ ଶିକ୍ଷକ ୨ ଜଣ, ହିନ୍ଦୀ ଶିକ୍ଷକ ୧ଜଣ, କିରାଣୀ ୧ ଜଣ ଅଭାବ ରହିଥିବା ବେଳେ ପିଅନ ଯୋଗେନ୍ଦ୍ର ନାଥ ମହାନ୍ତ ଥିବା ବେଳେ ଆହୁରି ୨ ଜଣ ପିଅନଙ୍କର ଅଭାବ ରହିଛି l ପୁଣି ଦେଖାଯାଉଛି ଏଠାରେ ଥିବା ଖେଳପଡିଆ ଲଗାଣ ବର୍ଷାରେ ସନ୍ତସନ୍ତିଆ ହୋଇପଡିଛି l ପାଖରେ ଆଦର୍ଶ ଅଙ୍ଗନୱାଡି ରହିଛି l କିନ୍ତୁ ପରିବେଶ ବିକୁତ ଦେଖାଯାଉଛି l ନିକଟରେ ଛାତ୍ରୀବାସକୁ ଯିବା ଆସିବା କରିବାକୁ ଛାତ୍ରୀମାନଙ୍କ ପକ୍ଷରେ ଘୋର ଅସୁବିଧା ହେଉଛି l ତଥା ଏଠାରେ ଥିବା ପାନୀୟ ଜଳ ରେ ଥିବା ପାଇପ ଓ ଛାତ୍ରଛାତ୍ରୀମାନଙ୍କର ଶୌଚାଳୟରେ ପାଣି ବାହାରୁ ନାହିଁ l ଏଥିନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ତ୍ରୀବ୍ର ଅସନ୍ତୋଷ ଦେଖା ଦେଇଛି l ତତ୍ ସହିତ ଶିକ୍ଷକ ଅଭାବ ଯୋଗୁଁ ପାଠପଢାରେ ବ୍ଯାଘାତ ସୁଷ୍ଟି ହେଉଛି l ଏହି ସଂପର୍କରେ ଜିଲ୍ଲା ବିଭାଗୀୟ କତୁପକ୍ଷଙ୍କୁ ଜଣାଇବା ସହିତ ସ୍ଥାନୀୟ କତୁପକ୍ଷଙ୍କୁ ଜଣାଇଛନ୍ତି l ଏଣୁ ଉକ୍ତ ସମସ୍ତ ସମସ୍ଯାର ଯଥାଶୀଘ୍ର ସମାଧାନ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦୁଢଦାବୀ ହେଉଛି l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!