ଅପରାଧ

ଟଙ୍କା ଜମା କରିବାକୁ ଯାଇଥିଲେ: ବାଟରୁ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

Spread the love

ଜଳେଶ୍ୱର,: ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଦୁଡ଼ପଳ ଗାଁ ନିକଟରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଏକ କଳା ବାଇକ୍‌ରେ ୨ଜଣ ଦୁବୃର୍ତ୍ତ ଆସି ୨ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ୨ ଲକ୍ଷ ଟଙ୍କା ଧରି ବ୍ୟାଙ୍କକୁ ଜମା କରିବାକୁ ଯାଇଥିଲେ। ହେଲେ ଯୁବକଙ୍କ e-KYCରେ ଅସୁବିଧା ଥିବାରୁ ସେ ଟଙ୍କା ଜମା କରି ପାରି ନ ଥିଲେ। ପରବର୍ତ୍ତୀ ସମୟରେ ଯୁବକ ଜଣକ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ। ହେଲେ ଯୁବକ ଜଣକ ଅଟୋରୁ ଓହ୍ଲାଇବା ବେଳେ ଏକ କଳା ବାଇକ୍‌ରେ ୨ଜଣ ଦୁବୃର୍ତ୍ତ ଆସି ତାଙ୍କଠାରୁ ୨ଲକ୍ଷ ଟଙ୍କା ଛଡାଇ ଫେରାର ହୋଇଯାଇଥିଲେ। ଏନେଇ ଯୁବକ ଜଣକ ଥାନାରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!