ଦେଶ-ବିଦେଶ

ପୂର୍ବତନ ରାଷ୍ଟ୍ରପତିଙ୍କ ନାଁରେ ଗମ୍ଭୀର ଅଭିଯୋଗ: ଗୃହବନ୍ଦୀ ରଖିବାକୁ ନିର୍ଦ୍ଦେଶ

Spread the love

ବ୍ରାସିଲିଆ,: ବ୍ରାଜିଲର ସୁପ୍ରିମକୋର୍ଟ ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କୁ ଗୃହବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ତାଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆସିଛି। ବୋଲସୋନାରୋଙ୍କ ଉପରେ ଦେଶରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଆସିଛି। ଆମେରିକା ସୁପ୍ରିମକୋର୍ଟର ଏହି ନିର୍ଦ୍ଦେଶକୁ ନିନ୍ଦା କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟର ଏହି ନିର୍ଦ୍ଦେଶ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହୋଇଛି।ବିଚାରପତି ଆଲେକଜାଣ୍ଡର ଡି ମୋରେସ ତାଙ୍କ ନିର୍ଦ୍ଦେଶ ମାଧ୍ୟମରେ କହିଛନ୍ତି, ବୋଲସୋନାରୋ ଗତ ମାସରେ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଉଲ୍ଲଂଘନ କରିଛନ୍ତି, ତାଙ୍କୁ ଇଲେକ୍ଟ୍ରୋନିକ ଆଙ୍କଲ ଟ୍ୟାଗ ପିନ୍ଧିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସେ ତାଙ୍କ ତିନି ସାଂସଦ ପୁଅଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ବିଷୟବସ୍ତୁ ପୋଷ୍ଟ କରିଥିଲେ, ଯାହା ନିୟମ ବିରୋଧରେ ଥିଲା।ଗୃହବନ୍ଦୀ ନିର୍ଦ୍ଦେଶ ପରେ, ବ୍ରାଜିଲର ଫେଡେରାଲ ପୋଲିସର ଜଣେ କର୍ମଚାରୀ କହିଛନ୍ତି,ଏଜେଣ୍ଟମାନେ ବ୍ରାସିଲିଆରେ ବୋଲସୋନାରୋଙ୍କ ଘରେ ପହଞ୍ଚିଥିଲେ। ସେମାନେ ବୋଲସୋନାରୋଙ୍କ ମୋବାଇଲ ଜବତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ଏବେ ବ୍ରାସିଲିଆରେ ହିଁ ଗୃହବନ୍ଦୀ ରହିବେ। ତାଙ୍କୁ କୌଣସି ସ୍ଥାନକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଆମେରିକା ମଧ୍ୟ ଏହି ମାମଲା ଉପରେ ନଜର ରଖିଛି। ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ ବିଚାରପତିଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛି।

Leave a Reply

Your email address will not be published. Required fields are marked *

error: Content is protected !!