ରାଜ୍ୟ

ଅବସରପାପ୍ତ ୱାର୍କଚାର୍ଜଡ୍/ନିୟମିତ କର୍ମଚାରୀଙ୍କୁ ପେନ୍‌ସନ୍ ବିଚାର ନିମନ୍ତେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଆବେଦନ ପତ୍ର

Spread the love

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପତ୍ରସଂଖ୍ୟା-୨୨୭୬୪ ତା ୧୫.୦୫.୧୯୯୭ ରିଖରେ ଡି.ଏଲ୍.ଆର । ଏନ୍.ଏମ୍.ଆର/ ଜେସି ଆଦି ତିନୋଟି ବର୍ଗର କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ରେଜୋଲ୍ୟୁସନ୍ ପ୍ରକାଶ କରିଥିଲେ । ଏହି ବର୍ଗର କର୍ମଚାରୀଙ୍କ ମଧ୍ୟରୁ ଅର୍ଥ ବିଭାଗ ଜେସି କର୍ମଚାରୀଙ୍କୁ ପେନ୍‌ସନ୍ ଦେବା ସର୍ଭେରେ ୨୦୧୮ ମସିହାରେ ଭିନ୍ନ ଆଉ ଏକ ରେଜୋଲ୍ୟୁସନ୍ ପ୍ରକାଶ କଲେ । ତା ୧୫.୦୫.୧୯୯୭ରିଖ ମୂଳ ରେଜୋଲ୍ୟୁସନ୍‌ରୁ ଜେସି ବର୍ଗର କର୍ମଚାରୀଙ୍କୁ ବାଦ ଦିଆଗଲା ।କିନ୍ତୁ ଜେସି ବର୍ଗର କର୍ମଚାରୀମାନେ ତା ୧୫.୦୫.୧୯୯୭ ମୂଳ ରେଜୋଲ୍ୟୁସନ୍‌ର ନୀତି ନିୟମ ଅନୁସାରେ ସ୍ଥାୟୀ ନିଯୁକ୍ତି ଓପେନ୍‌ସନ୍ ପାଇବେ ବୋଲି ଅର୍ଥ ବିଭାଗ ତା୦୪.୦୪.୨୦୦୭ରିଖ ପତ୍ରରେ ସ୍ପଷ୍ଟୋକ୍ତି କରିଛନ୍ତି । ମାତ୍ର ସେତିକି ନୁହେଁ, ଜେସି କର୍ମଚାରୀଙ୍କ ପ୍ରଶାସନିକ ରାଜସ୍ୱ ବିଭାଗ ୨୦୨୦ ମସିହାରେ ପ୍ରକାଶ କରିଥିବା ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ଯେ ଅର୍ଥ ବିଭାଗ ତା ୧୫. ୦୫, ୧୯୯୭ ରିଖର ନିୟମ ଅନୁସାରେ ନିୟମିତ ନିଯୁକ୍ତି ପାଇବେ ଓ ପେନ୍‌ସନ୍ ସୁବିଧା ମଧ୍ଯ ପାଇବେ । ୨୦୦୫ ପରେ ନିଯୁକ୍ତୱାର୍କଚାର୍ଜଡ୍ କର୍ମଚାରୀ ମଧ୍ୟ ଏହି ସୁବିଧାରୁ ବାଦ ପଡ଼ିବେ ନାହିଁ । ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଏହି ନିୟମ ଆଧାରରେ ତା୧୨,୦୪.୧୯୯୩ରିଖ ପୂର୍ବରୁ ଏନଏମ୍ଆର ଭାବରେ କାର୍ଯ୍ୟ କରି ଆସିଥିବା ଚାକିରି ସମୟକୁ ଯୋଗ୍ୟତା ସେବା ଓ ୱାର୍କଚାର୍ଜଡ୍ ଚାକିରି ସମୟକୁ ସାମିଲ୍ କରି ପେନ୍‌ସନ୍‌ ପାଇବା ସପକ୍ଷରେ ଆଦେଶ ଦେଇଛନ୍ତି । ଏହି ଆଦେଶ ମଧ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ।ମାନ୍ୟବର ଓଡ଼ିଶା ହାଇକୋର୍ଟ ଜି. ବାଳକ୍ରିଷ୍ଣନ୍ ଓ ଏହିପରି ୧୨୨ଟି ମୋକଦ୍ଦମାକୁ ବିଚାର କରି ୨୦୨୩ ଓ ୨୦୨୪ ମସିହାରେ ଆବେଦନକାରୀମାନେ ପେନ୍‌ସନ୍ ପାଇବା ସପକ୍ଷରେ ଦେଇଥ‌ିବା ଆଦେଶକୁ ଓଡ଼ିଶା ସରକାର ମାନ୍ୟବର ସୁପ୍ରିମକୋର୍ଟରେ ଚାଲେଞ୍ଜ କରି ଏସଏଲ୍‌ପି ଜରିଆରେ ଅପିଲ୍ କରିଥିଲେ । ମାନ୍ୟବର ସୁପ୍ରିମକୋର୍ଟ ତା ୨୪.୦୭.୨୦୨୫ ରିଖରେ ଓଡ଼ିଶା ସରକାରଙ୍କ ସମସ୍ତ ଏଲ୍ଏଲପିକୁ ରଦ୍ଦ କରିଛନ୍ତି । ବିଚାରଯୋଗ୍ୟ ନୁହେଁ ଦର୍ଶାଇ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ କାଏମ୍ ରଖୁଛନ୍ତି, ଓଡ଼ିଶାସରକାରଙ୍କ ଅଧୀନରେ ଉପରୋକ୍ତ ବର୍ଗର ଗରିବ କର୍ମଚାରୀମାନେ ୩୫ ରୁ ୪୨ ବର୍ଷ ସେବା ଦେଇଛନ୍ତି । ସେବା ଯୋଗ୍ୟ ଗରିବ ବର୍ଗର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଲୋକପ୍ରିୟ ବିଜେପି ସରକାର ପେନ୍‌ସନ୍ ନଦେଇ ଓ ପରିଣତ ବୟସରେ ସେମାନେ କେମିତି ବଂଚିବେ ବିଚାର ନକରି ପେଟକୁ ନାତ ମାରୁଛନ୍ତି । ଗରିବ କର୍ମଚାରୀମାନେ ଶେଷ ଜୀବନରେ ବଂଚିବାର ରାହା ନେଇ ଭାରତର ମହାମହିମ ରାଷ୍ଟ୍ରପତି, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପେନ୍‌ସନ୍ବିଚାର ନିମନ୍ତେ କ୍ରିୟାନୁଷ୍ଠାନ କମିଟି ତରଫରୁ ଆବେଦନ କରିଛୁ । ଗଣତନ୍ତ୍ରର ଚତୁର୍ଥ ସମ୍ଭ ମହାନୁଭବ ଗଣମାଧ୍ୟମ ପ୍ରତିନିଧୁମାନଙ୍କ ଜରିଆରେ ସୂଚିତ କରୁଛୁ ଯେ, ବଂଚିବା ପାଇଁ ପେନ୍‌ସନ୍ ପାଇବାର ସୁବିଧା ସରକାର ଘୋଷଣା ନକଲେ, ଦୁଇମାସ ମଧ୍ଯରେ “ଜେସି କର୍ମଚାରୀଙ୍କୁ ପେନ୍‌ସନ୍ ଦେଇଛ, ଆମକୁ ଦିଅ ହକ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଦିବରାତ୍ର ଅନଶନରେ ବସିବୁ ।ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଂଯୋଜକ ଗଗନ ଭଞ୍ଜ, ସଭାପତି ଗିରିଶ ନନ୍ଦ, ସାଧାରଣ ସମ୍ପାଦକ ଅରୁଣ ପରିଡ଼ା ଓ ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦିଲ୍ଲୀପ ଭୂୟାଁ, ବଳରାମ ନାୟକ, ଅଶ୍ବିନୀ ବିଶ୍ବାଳ, ସରୋଜ ଦାସ, କୃଷ୍ଣ ପଣ୍ଡା, ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!