ବାଣିଜ୍ୟ

ଅର୍ଥନୀତି ୬.୬% ବଢ଼ିବା ନେଇ ଆକଳନ

Spread the love

ଭୁବନେଶ୍ୱର : ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ନୂଆ ବିଶ୍ୱ ଅର୍ଥନୀତି ରିପୋର୍ଟରେ ଭାରତୀୟ ଅର୍ଥନୀତିକୁ ନେଇ ସକାରାତ୍ମକ ଅନୁମାନ କରାଯାଇଛି। ୨୦୨୫-୨୬ରେ ଭାରତର ଅର୍ଥନୀତି ୬.୬ ପ୍ରତିଶତ ବଢ଼ିବ, ଯାହା ବିଶ୍ୱର ସବୁଠାରୁ ଦ୍ରୁତ ବଢ଼ୁଥିବା ବଡ଼ ଅର୍ଥନୀତି ହେବ। ଆଇଏମଏଫ କହିଛି, ଭାରତର ପ୍ରଥମ ତ୍ରୟମାସିକର ମଜବୁତ୍‌ ବୃଦ୍ଧି ଆମେରିକାର ଟାରିଫ ପ୍ରଭାବକୁ ସନ୍ତୁଳନ କରିଛି। ତେଣୁ ଅନୁମାନ ୬.୩ରୁ ବଢ଼ାଇ ୬.୬ ପ୍ରତିଶତ କରାଯାଇଛି। ଚୀନ ୪.୮ ପ୍ରତିଶତ ବଢ଼ିବ ବେଳେ ଭାରତ ଆଗରେ ରହିବ।ପ୍ରଥମ ତ୍ରୟମାସିକରେ ଭାରତର ଜିଡିପି ୭.୮ ପ୍ରତିଶତ ବଢ଼ିଥିଲା। ଘରୋଇ ଖର୍ଚ୍ଚ, ଶିଳ୍ପ ଉତ୍ପାଦନ ଓ ଭିତ୍ତିଭୂମି ନିବେଶ କାରଣରୁ ଏହା ସମ୍ଭବ ହୋଇଥିଲା। ତଥାପି ୨୦୨୬ରେ ଅନୁମାନ ୬.୨ ପ୍ରତିଶତକୁ ଖସାଇଛନ୍ତି ଆଇଏମଏଫ। ଘରୋଇ ଚାହିଦା ମଜବୁତ୍‌ ରହିବ ବୋଲି କୁହାଯାଇଛି। ବିଶ୍ୱ ଅର୍ଥନୀତି ୨୦୨୫ରେ ୩.୨ ଓ ୨୦୨୬ରେ ୩.୧ ପ୍ରତିଶତ ବଢ଼ିବ। ଦରବୃଦ୍ଧିଧୀରେ କମିବ, ମାତ୍ର ଦେଶଭେଦରେ ଭିନ୍ନତା ରହିବ। ବିକଶିତ ଦେଶ ୧.୬ ଓ ବିକାଶୋନ୍ମୁଖୀ ଦେଶ ୪.୨ ପ୍ରତିଶତ ବଢ଼ିବେ। ଭାରତ ସବୁଠାରୁ ଆଗରେ ରହିବ। ଆମେରିକା ୧.୯, ବ୍ରାଜିଲ ୨.୪, କାନାଡ଼ା ୧.୨ ଓ ଜାପାନ ୧.୧ ପ୍ରତିଶତ ବଢ଼ିବ। ସ୍ପେନ ୨.୯ ପ୍ରତିଶତ ସହ ବିକଶିତ ଦେଶମାନଙ୍କରେ ଆଗରେ ରହିବ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!