ପୁରୀ: Celtic Life Science Private Limitedର ତ୍ରୈମାସିକ ବୈଠକ ପୁରୀସ୍ଥିତ ପ୍ରଭୁପାଦ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ ବ୍ୟବସାୟିକ ରଣନୀତି, ବିକ୍ରୟ ବୃଦ୍ଧି, ମାର୍କେଟିଂ କାର୍ଯ୍ୟକ୍ରମ ଓ ଫିଲ୍ଡ ଟିମ୍ର କାର୍ଯ୍ୟଦକ୍ଷତା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ଡାଇରେକ୍ଟର ଆଡମିନ୍ ସୋନାଲି ଦାସ, ଡାଇରେକ୍ଟର ଫାଇନାନ୍ସ ସାଇଶଙ୍କର ବେହେରା, ଡାଇରେକ୍ଟର ବିଜନେସ୍ ଡେଭଲପମେଣ୍ଟ ଅଭିଜିତ ସାମନ୍ତରାୟ, ଡାଇରେକ୍ଟର ସେଲ୍ସ ଅମିତ ମହାପାତ୍ର ଏବଂ ଏଜିଏମ୍ ବାଲ କିଶୋର ଦାସଙ୍କ ସମେତ କମ୍ପାନୀର ସମସ୍ତ ଫିଲ୍ଡ ଷ୍ଟାଫ୍ ଯୋଗଦେଇଥିଲେ।କମ୍ପାନୀର ବ୍ୟବସାୟକୁ ଆହୁରି ସୁଦୃଢ଼ କରିବା, ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ଏବଂ ଆଗାମୀ ଦିନରେ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବା ନେଇ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଫିଲ୍ଡ ଷ୍ଟାଫ୍ଙ୍କୁ ନିଜ ନିଜ କ୍ଷେତ୍ରରେ ଅଧିକ ସକ୍ରିୟ ଓ ଲକ୍ଷ୍ୟଭିତ୍ତିକ ଭାବେ କାର୍ଯ୍ୟ କରିବା ପାଇଁ ବରିଷ୍ଠ କର୍ମକର୍ତ୍ତାମାନେ ପରାମର୍ଶ ଦେଇଥିଲେ।ବୈଠକ ଶେଷରେ ସମସ୍ତଙ୍କ ସହଯୋଗ ଓ ଟିମ୍ୱର୍କ ମାଧ୍ୟମରେ Celtic Life Scienceକୁ ଆହୁରି ଉଚ୍ଚସ୍ତରକୁ ନେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।
