ଦିଲ୍ଲୀରେ ବିସ୍ଫୋରଣ କଲେ ଆତଙ୍କବାଦୀ, ପୁରୀରେ ହାଇଆଲର୍ଟ
ଭୁବନେଶ୍ୱର, : ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚତୁଃପାଶର୍ବ, ରେଲେୱ ଷ୍ଟେଶନ, ବସ୍ଷ୍ଟାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି। ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ସୋମବାର ଦିନ ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ କାର ବିସ୍ଫୋରଣ ଯୋଗୁଁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ଏହି ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ପୋଲିସ ସମେତ ଅନେକ ତଦନ୍ତକାରୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ, ଜାତୀୟ ତଦନ୍ତ ସଂସ୍ଥା (NIA), ଜାତୀୟ ସୁରକ୍ଷା ଗାର୍ଡ (NSG) ଏବଂ ଫୋରେନସିକ ବିଶେଷଜ୍ଞଙ୍କ ଦଳ ପହଞ୍ଚିଛନ୍ତି। ଏହି ଘଟଣା ପରେ, ସମଗ୍ର ଦିଲ୍ଲୀ-NCR ଏବଂ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ଆହତଙ୍କୁ ଦିଲ୍ଲୀର LNG ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
