ଦୁର୍ନୀତିଗ୍ରସ୍ତ ଭୁବନେଶ୍ୱର ଡିଭିଜନ -୧ ର ଅଧିକ୍ଷଣ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନଙ୍କୁ ଦରଦ କାହିଁକି?
ଭୁବନେଶ୍ୱର : ପୂର୍ତ୍ତ ବିଭାଗରେ ସମସ୍ତ ନିର୍ମାଣ କାର୍ଯ୍ୟ ରେ ଉପରିସ୍ଥ ଅଫିସର ମାନେ ସଠିକ ଭାବରେ କାର୍ଯ୍ୟ କରି ରାଜ୍ୟର ପ୍ରଗତିରେ ସାରଥୀ ପାଲଟିଛନ୍ତି, କିନ୍ତ କେତେଜଣ ହାତଗଣତି ଯନ୍ତ୍ରୀଙ୍କ ପାଇଁ ବିଭାଗଟି ବଦନାମ ହେଉଛି,, ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନ -୧ ରେ କାର୍ଯ୍ୟରତ ଅଧିକ୍ଷଣ ଯନ୍ତ୍ରୀ ପ୍ରଭୁ ଦତ୍ତ ପ୍ରଧାନଙ୍କ କାର୍ଯ୍ୟଦକ୍ଷତା ତଥା ପାରିବାପାଇଁ ପଣିଆଙ୍କ ନେଇ ସାଧାରଣ ରେ ଚର୍ଚ୍ଚା ହେଊଛି, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ସରକାରୀ ଅର୍ଥ ଲୁଟେରା ପ୍ରଭୁ ଦତ୍ତ ପ୍ରଧାନ ଡିଭିଜନ -୧ ରେ ରହି କୋଟିକୋଟି ଟଙ୍କା ଲୁଟ କରି ନିଜର କଳାସମ୍ପତି ବଢ଼ାଇବାରେ ଲାଗିଛନ୍ତି, ଯନ୍ତ୍ରୀ ପ୍ରଧାନ ବାବୁ ନିଜକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଣେଜୀ ଜ୍ୱାଇଁ କହି ବହୁତ ଦୁର୍ନୀତି କରି ରାଜ୍ୟ ପ୍ରଗତିରେ ବାଧକ ସାଜିଛନ୍ତି, ପିସି ପ୍ରିୟ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ୮ ପ୍ରତିଶତ ପିସି ନେଇ ମିଥ୍ୟା ବିଲ କରୁଛନ୍ତି ବୋଲି ପୂର୍ବତନ ମୁଖ୍ୟଯନ୍ତ୍ରୀ ଓ଼ମ ପଟେଲ ମତ ଦେଇଛନ୍ତି, ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ରାଜଧାନୀରେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ହେଲା ରହୁଥିବା ଯୋଗୁ ନିଜସ୍ୱ ଠିକାଦାର ସୃଷ୍ଟି କରି ଲକ୍ଷଲକ୍ଷ ଟଙ୍କା ପିସି ନେଉଥିବାର ଡିଭିଜନରେ ଚର୍ଚ୍ଚା ହେଉଛି,ପୂର୍ବରୁ ଯେତେ ଯନ୍ତ୍ରୀ ଥିଲେ ସମସ୍ତଙ୍କ ଠାରୁ ନିକମା, ରାଜକୋଷ ଲୁଟେରା ହେଉଛନ୍ତି ପ୍ରଭୁଦତ୍ତ ପ୍ରଧାନ ବୋଲି ଠିକାଦାର ମହଲରେ ଚର୍ଚ୍ଚା ହେଉଛି, ନିଜର ଫାଇଦା, ସ୍ୱାର୍ଥ ଓ ପିସି ନେବାପାଇଁ ଅଧିକ୍ଷଣ ଯନ୍ତ୍ରୀ ପ୍ରଧାନ ବାବୁ ଆଗୁଆ ପେମେଣ୍ଟ କରି ନିଜ ଟଙ୍କାକୁ ପକେଟରେ ଭରଥାନ୍ତି, ନିମ୍ନମାନର, ମିଥ୍ୟା ବିଲ କରିବା ଯୋଗୁ ଯନ୍ତ୍ରୀ ପ୍ରଧାନଙ୍କ ନାମରେ ୩୦ରୁ ଉର୍ଦ୍ଧ ଅଭିଯୋଗ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ହୋଇଛି କିନ୍ତୁ ନିଜକୁ କେନ୍ଦ୍ର ମନ୍ତ୍ରୀ ଙ୍କ ଜୋଇଁ କହି ପ୍ରଭୁଦତ୍ତ ପ୍ରଧାନ ରାଜକୋଷ ଲୁଟି ସାରିଲାଣି, ଅଧିକ୍ଷଣ ଯନ୍ତ୍ରୀ ପ୍ରଧାନ ବାବୁ ଲୁଣ୍ଠନ କରିଥିବା ଅର୍ଥରେ ରାଜଧାନୀ ରେ ୩ଟି ଫ୍ଲାଟ, ୨ଟି ଆକାଶଛୁଆ ଅଟାଳିକା ନିର୍ମାଣ କରିବା ସହିତ ପିପିଲି ରେ ୨ଏକର ଚାଷଜମି କିଣିଥିବା ଜଣାପଡିଛି, ଭିଜିଲାନ୍ସ ପକ୍ଷରୁ ତଦନ୍ତ ହେଲେ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତିର ସନ୍ଧାନ ମିଳିପାରିବ ବୋଲି ଠିକାଦାର ଅମୁଲ୍ୟ ମହାନ୍ତି ମତ ରଖିଛନ୍ତି, ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ପିପିଲି ଓ ସଚିବାଳୟ ର ଏସଡିଓ ଥିବା ସମୟରେ କୋଟି କୋଟି ସରକାରୀ ଟଙ୍କା ଲୁଟି ନେଇଥିବା ଠିକାଦାର ରଜନୀ ଦାସ ଅଭିଯୋଗ କରିଛନ୍ତି, ଆତ୍ମ ଗର୍ବୀ, ସରକାରୀ ଅର୍ଥ ଲୁଟେରା ଯନ୍ତ୍ରୀ ପ୍ରଭୁଦତ୍ତ ପୂର୍ତ୍ତ ମନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନିୟମିତ ଦେଉଥିବା କିଛି ଠିକାଦାରଙ୍କୁ କହିଛନ୍ତି, ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ଭୁବନେଶ୍ୱର ଡିଭିଜନ -୧ ରେ ରହିବା ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି,,, ରାଜଧାନୀ ରେ ଦୀର୍ଘ ବର୍ଷ କାହିଁକି ପ୍ରଭୁଦତ୍ତ ରହିଛନ୍ତି ଓ କିଏ ତାଙ୍କୁ ସବୁବେଳେ ସୁରକ୍ଷା ଦେଉଛନ୍ତି ତାହାର ତଦନ୍ତ କରିବାକୁ ରାୟଗଡା ଡିଭିଜନ -୨ର ଅଧିକ୍ଷଣ ଯନ୍ତ୍ରୀ ପାଢ଼ୀ ବାବୁ ଦାବି କରିଛନ୍ତି, ନବରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ ଖଣ୍ଡପାଣି ବାବୁ କହିଛନ୍ତି ଯେ ସରକାର ଆମ ପ୍ରତି ଅନ୍ୟାୟ କରି ଥିବା ବେଳେ ପ୍ରଭୁଦତ୍ତ ପ୍ରଧାନଙ୍କୁ କାହିଁକି ଘଣ୍ଟ ଘୋଡ଼ାଉଛନ୍ତି,, ଅଧିକ୍ଷଣ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନଙ୍କ ନାମରେ ସାଙ୍ଘାତିକ ଲୋମଟାଙ୍କୁରା ତଥ୍ୟ ହସ୍ତଗତ ହୋଇଛି ତାହା ଆସନ୍ତା ସଂଖ୍ୟାରେ ପ୍ରକାଶ ପାଇବ

