ମହାନଗର

ରୋଟାରିଆନ ଅନୀଲ ସାମଲ ପାଇଲେ ରୋଟାରୀର ସର୍ବୋଚ୍ଚ ସମ୍ମାନ “ସର୍ଭିସ ଆବଭ ସେଲଫ୍

Spread the love

ଭୁବନେଶ୍ୱର:(ଜିତେନ୍ ରାଉତରାୟ) – ୨୦୨୪-୨୫ ବର୍ଷ ପାଇଁ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ର ପୁରସ୍କାର ବିତରଣ ଉତ୍ସବ ଭୁବନେଶର ରେଲ୍ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ରୂପେ ରୋଟାରୀ ଇଣ୍ଟରନ୍ୟାସନାଲ ର ପୂର୍ବତନ ନିର୍ଦ୍ଦେଶକ ଅନିରୁଦ୍ଧ ରାୟ ଚୌଧୁରୀ ଯୋଗଦେଇଥିଲେ। ପୂର୍ବତନ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଭବ୍ୟ ସମାରୋହରେ ଅବସରପ୍ରାପ୍ତ ଆଇଏସ ତଥା ଆଗାମୀ ରୋଟାରୀ ଗଭର୍ଣ୍ଣର ଅନିଲ କୁମାର ସାମଲ ଙ୍କୁ ରୋଟାରୀ ଇଣ୍ଟରନ୍ୟାସନାଲ ର ସର୍ବୋଚ୍ଚ ସମ୍ମାନ “ସର୍ଭିସ ଆବଭ ସେଲଫ୍” ରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନଜନକ ସର୍ବୋଚ୍ଚ ପୁରସ୍କାର ସମାଜସେବାରେ ଦୀର୍ଘ ଦିନ ଧରି ନିଜକୁ ଉତ୍ସର୍ଗୀକୃତ କରିଥିବାରୁ ରୋଟାରିଆନମାନଙ୍କୁ ପ୍ରଦାନ କରାଯାଇଥାଏ। ରୋଟାରିଆନ ଅନିଲ ସାମଲ ଦୀର୍ଘ ୩୦ ବର୍ଷ ଧରି ରୋଟାରୀ ଇଣ୍ଟରନ୍ୟାସନାଲ ର ସଭ୍ୟ ତଥା ସଭାପତି,ଆସିଷ୍ଟାଣ୍ଟ ଗଭର୍ଣ୍ଣର, ରୋଟାରୀ ଫାଉଣ୍ଡେସନ ଅଧ୍ୟକ୍ଷ,ପୋଲିଓ ଅଧ୍ୟକ୍ଷ ଆଦି ଗୁରୁତ୍ୱପୂର୍ଣ୍ଣ ପଦରେ ରହି ଉଚ୍ଚ ପ୍ରଶଂଶନୀୟ କାର୍ଯ୍ୟ କରି ବହୁବାର ପୁରସ୍କୃତ ହୋଇଛନ୍ତି। ରୋଟାରିଆନ ଅନୀଲ ସାମଲ ୨୦୨୬-୨୭ ପାଇଁ ରୋଟାରୀ ଗଭର୍ଣ୍ଣର ରୂପେ ନିର୍ବାଚିତ ହୋଇଛନ୍ତି। ଏହି ପୁରସ୍କାର ପାଇଁ ସେ ରୋଟାରୀ ଇଣ୍ଟରନ୍ୟାସନାଲ କୁ ଧନ୍ୟବାଦ ଦେବା ସହିତ ଆସନ୍ତା ୨୦୨୬ ଓ ୨୭ ବର୍ଷ ପାଇଁ ରୋଟାରୀ ଜିଲ୍ଲା ୩୨୬୨ କୁ ଏକ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!