ସୋନିଆ-ରାହୁଲଙ୍କ ନାଁରେ ପୁଣି ଏକ ନୂଆ ମାମଲା
ନୂଆଦିଲ୍ଲୀ, : ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ନ୍ୟାଶନାଲ ହେରାଲ୍ଡ ମାମଲାରେ ଏକ ନୂତନ ଏଫ୍ଆଇଆର ଦାୟର କରିଛି। ଏଥିରେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ୬ ଜଣଙ୍କ ନାମ ରହିଛି। ଇଡି ମୁଖ୍ୟାଳୟ ଦ୍ୱାରା EOWରେ ଦାୟର ଅଭିଯୋଗ ପରେ ଏହି ଏଫ୍ଆଇଆର ଦାୟର କରାଯାଇଛି।ଏଜେଏଲ୍ର ଠକେଇ ହୋଇଥିବା ଅଭିଯୋଗ କରାଯାଇଛି। ଇଡି ଏହାର ତଦନ୍ତ ରିପୋର୍ଟ ଦିଲ୍ଲୀ ପୋଲିସ ସହିତ ଶେୟାର କରିଛି, ପିଏମ୍ଏଲ୍ର ଧାରା ୬୬(୨) ଅନୁଯାୟୀ ଏକ ନିର୍ଦ୍ଧାରିତ ଅପରାଧ ପଞ୍ଜୀକରଣ କରିବାକୁ ସୁପାରିସ କରିଛି। ଏହା ଅଭିଯୋଗ କରାଯାଇଛି ଯେ, ୟଙ୍ଗ ଇଣ୍ଡିଆନ କମ୍ପାନୀ ମାଧ୍ୟମରେ ଏଜେଏଲ୍ର ୨୦୦୦ରୁ ଅଧିକ କୋଟି ସମ୍ପତ୍ତିର ନିୟନ୍ତ୍ରଣ ହାସଲ କରାଯାଇଥିଲା।ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଏହି ମାମଲାରେ ଇଣ୍ଡିଆନ ଓଭରସିଜ୍ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା, ଅନ୍ୟ ତିନି ଜଣ ବ୍ୟକ୍ତି ଏବଂ ତିନୋଟି କମ୍ପାନୀର ନାମ ମଧ୍ୟ ରହିଛି।
