ଦେଶ-ବିଦେଶ

ଅଶାନ୍ତ କାଲିଫର୍ନିଆ: ଭିଷଣ ଗୁଳିକାଣ୍ଡରେ ୪ ମୃତ ୧୦ ଆହତ

Spread the love

କାଲିଫର୍ନିଆ,: ଆମେରିକାର କାଲିଫର୍ନିଆରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଷ୍ଟକଟନର ଏକ ବ୍ୟାଙ୍କେଟ ହଲରେ ହୋଇଥିବା ଅଚାନକ ଗୁଳିକାଣ୍ଡରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦଶ ଜଣ ଗୁରୁତର ଆହତ ହୋଇଛନ୍ତି।ସାନ ଜୋଆକୁଇନ କାଉଣ୍ଟି ସେରିଫ କାର୍ଯ୍ୟାଳୟର ମୁଖପାତ୍ର ହେଦର ବ୍ରେଣ୍ଟ ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଗୁଳିକାଣ୍ଡରେ ମହିଳା ଏବଂ ପିଲାମାନେ ମଧ୍ୟ ଗୁଳିକାଣ୍ଡର ଶିକାର ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଏହି ଗୁଳିକାଣ୍ଡ ଏକ ବ୍ୟାଙ୍କେଟ ହଲରେ ହୋଇଥିଲା।ଘଟଣା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

Leave a Reply

Your email address will not be published. Required fields are marked *

error: Content is protected !!