KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ପ୍ରସଙ୍ଗ: ମୁହଁ ଖୋଲିଲେ ଭାଜପା ବିଧାୟକ
ଭୁବନେଶ୍ବର,: KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହେବା ପ୍ରସଙ୍ଗରେ ଭାଜପା ବିଧାୟକ ସରୋଜ ପାଢ଼ୀ ମୁହଁ ଖୋଲିଛନ୍ତି।ବିଧାୟକ ପାଢ଼ୀ KIIT ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଡ଼ା ଟିପ୍ପଣୀ ଦେଇଛନ୍ତି। KIITର ମନମାନି ଚଳିବ ନାହିଁ ବୋଲି ବିଧାୟକ କହିଛନ୍ତି। KIIT ଆଡମିନିଷ୍ଟ୍ରେଶନ ଭୁଶୁଡ଼ି ଗଲା ପରି ଲାଗୁଛି। ଓଡ଼ିଶାର ନାଁ ବଦନାମ କରିବାକୁ କୁହାଯାଇ ନାହିଁ। ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାଢୀ କହିଛନ୍ତି।ମୋହନ ସରକାର କୌଣସି ଦୋଷୀକୁ କ୍ଷମା ଦେବେ ନାହିଁ। ଜନପ୍ରତିନଧିଙ୍କ ପକ୍ଷରୁ ମଧ୍ୟ KIIT ଉପରେ ଅବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ ବୋଲି ସେ କହିଛନ୍ତି।KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର ଜଣକ ଛତିଶଗଡ଼ର ରାହୁଲ ଯାଦବ। ସେ ପ୍ରଥମ ବର୍ଷ କମ୍ବ୍ୟୁଟର ସାଇନ୍ସ ଛାତ୍ର ବୋଲି ସୂଚନା ମିଳିଛି ।
