ମୁଖ୍ୟ ଖବର

ବଦଳିଲା ରାଜ ଭବନ ନାଁ, ହେଲା ଲୋକ ଭବନ

Spread the love

ଭୁବନେଶ୍ୱର,୧।୧୨: ଓଡ଼ିଶାର ରାଜ ଭବନର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନକୁ ‘ଲୋକ ଭବନ’ ଭାବରେ ନାମିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ସୋମବାରଠାରୁ ଏହା ସରକାରୀ ଭାବେ ଲାଗୁ ହୋଇଛି।ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ଏହି ନାମ ପରିବର୍ତ୍ତନ ଲୋକଙ୍କ ଆଶାକୁ ପ୍ରତିଫଳିତ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଗୃହ ମନ୍ତ୍ରାଳୟର ମାର୍ଗଦର୍ଶନରେ ଏହି ପରିବର୍ତ୍ତନ ସ୍ୱଚ୍ଛତା, ସୁଗମତା ଏବଂ ଜନସାଧାରଣଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି।ରାଜ୍ୟପାଳ କହିଛନ୍ତି, “ଲୋକ ଭବନ ଏବେ ସାର୍ବଜନୀନ ଯୋଗାଯୋଗ ଏବଂ ସମସ୍ତଙ୍କର ପ୍ରଗତି ପାଇଁ ଏକ ଜୀବନ୍ତ ସ୍ଥାନ ଭାବରେ ଛିଡ଼ା ହେଉଛି, ଯାହା ଶାସନରେ ଗଭୀର ଅଂଶଗ୍ରହଣ ସୃଷ୍ଟି କରିବାର ସଂକଳ୍ପକୁ ପ୍ରତିଫଳିତ କରୁଛି।”

Leave a Reply

Your email address will not be published. Required fields are marked *

error: Content is protected !!