ବଳାତ୍କାର ପୀଡ଼ିତାଙ୍କ ଆତ୍ମହତ୍ୟା
।ଢେଙ୍କାନାଳ ସଦର : ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳର ଜଣେ ବଳାତ୍କାର ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ୨୪ ବର୍ଷୀୟା ମହିଳା ଶୁକ୍ରବାର ସକାଳ ଶୋଇବା ଘରେ ବେକରେ ଶାଢ଼ୀ ଗୁଡ଼ାଇ ଝୁଲିପଡ଼ିଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗତ ୩୦ ତାରିଖରେ ଗ୍ରାମର ଜଣେ ଯୁବକକଙ୍କ ଦ୍ବାରା ବଳାତ୍କାରର ଶିକାର ହୋଇଥିଲେ। ଲୋକଲଜ୍ଜା ସହିନପାରି ସେ ଏଭଳି ଚରମ ନିଷ୍ପଭି ନେଇଥିବା ଏତଲାରେ ଦର୍ଶାଇଛନ୍ତି।ପୂର୍ବରୁ କବିତା ଲେଖିଥିବା ସୁଇସାଇଡ୍ ସେ ଗଣମାଧ୍ଯମ ସମ୍ମୁଖରେ ଦେଖାଇଛନ୍ତି। ଏହି ଘଟଣା ପାଇଁ ତାଙ୍କ ଗ୍ରାମର ଜଣେ ଯୁବକ ଦାୟୀ ବୋଲି କହିଛନ୍ତି। ସଦର ଥାନା ପୋଲିସ୍ ଘଟଣାକୁ ଗୁରୁତ୍ବର ସହ ତଦନ୍ତ ଚଳାଇଛି। ସୂଚନା ଅନୁସାରେ,ବଳାତ୍କାରର ଶିକାର ହୋଇଥିବା ମହିଳାଓ ତାଙ୍କ ସ୍ବାମୀ ଗତ ୨ ତାରିଖରେ ପୋଲିସ୍ର ଦ୍ବାରସ୍ଥ ହୋଇଥିଲେ। ୩୦ ତାରିଖ ରାତି ପ୍ରାୟ ୧୦ଟା ମହିଳା ଜଣକ ପରିସ୍ରା କରିବାକୁ ଉଠିଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ବଳାହାର କରିଥିଲା এ ବିଷୟରେ କାହାରିକୁ କହିଲେ ସ୍ଵାମୀ ଓ ଛୁଆକୁ ମାରିଦେବାକୁ ଧମକ ଦେଇଥିଲା। ଘଟଣା ପରେ ପୀଡ଼ିତା କାହାରିକୁ କିଛି ନ କହି ଚୁପ୍ ରହିଥିଲେ । ମାତ୍ର ଘଟଣାର ଦୁଇ ଦିନ ପରେ ପୀଡ଼ିତା ଗାଁ ଦାଣ୍ଡକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଭିତରେଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲା। ଏ ବିଷୟରେ ପୀଡ଼ିତା ଘରେ ଆସି ତାଙ୍କ ସ୍ବାମୀଙ୍କୁ ସବୁକଥା କହିଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ତରଭା ଫାଣ୍ଡିରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ଏହାର ତଦନ୍ତ କରିଥିଲା। ମହିଳାଙ୍କ ଡାକ୍ତରୀମାଇନା କରିବା ସହ ବୟାନ ରେକର୍ଡ କରାଯାଇଥିଲା। ଘଟଣା ପରଠାରୁ ଅଭିଯୁକ୍ତ କେଉଁଆଡ଼େ ଫେରାର ହୋଇଯାଇଥିଲା। ଏହାପରେ ପୀଡ଼ିତା ତାଙ୍କ ବାପଘରକୁ ଚାଲି ଯାଇଥିଲେ। ଗୁରୁବାର ସଂଧ୍ୟାରେ ତାଙ୍କ ସ୍ୱମୀ ସେଠାରୁ ତାଙ୍କୁ ଗ୍ରାମକୁ ନେଇଆସି ଥିଲେ। ଏହି ଘଟଣାକୁ ନେଇ ସେ ମାନସିକ ଚାପରେ ଥିବା ସ୍ବାମୀଙ୍କ ଆଗରେ ପ୍ରକାଶ କରି କରିଥିଲେ। ସ୍ବାମୀ ତାଙ୍କୁ ବୁଝାସୁଝ କରିଥିଲେ। ଶୁକ୍ରବାର ସକାଳ ୮ଟାରେ ସ୍ବାମୀ ଏକ କାମରେ ବାହାରକୁ ଚାଲିଯାଇଥିବା ବେଳେ ପୀଡ଼ିତା ତା ଘର ଭିତରୁ ବନ୍ଦ କରି ପିନ୍ଧା ଲୁଗାକୁ ବେକରେ ଗୁଡ଼ାଇ ଝୁଲି ପଡ଼ିଥିଲେ। ଖବର ପାଇ ସ୍ବାମୀ ପହଞ୍ଚି ବେକରୁ ଲୁଗାକୁ ଖୋଲି ଏକ କାରରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନେଇଆସି ଥିଲେ। ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ସଦର ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ କରାଯିବ ଓ ସଇଣ୍ଟିଫିକ୍ ଟିମ୍ ଗ୍ରାମକୁ ଯାଇ ତଦନ୍ତ କରିବ ବୋଲି ପୁଲିସ୍ କହିଛି। ଘଟଣପରଠାରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ଏ ସମ୍ପର୍କରେ ଏସ୍ପି ଅଭିନବ ସୋନକର କହିଛନ୍ତି,ବଳାତ୍କାର ଅଭିଯୋଗ ଆଣିଥିବା ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ମହିଳା ଜଣକ ପୂର୍ବରୁ ଆଣିଥିବା ଅଭିଯୋଗର ତଦନ୍ତ ଚାଲିଛି। ତାଙ୍କ ସବୁ ବୟନ ରେକର୍ଡ କରଯାଇଛି। ଘଟଣରେ ସଂପୃକ୍ତ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ। ପୁନଶ୍ଚ ଆତ୍ମହତ୍ୟା କରିବା ପରେ ଆଉ ଏକ ଅପମୃତ୍ୟୁ ମାମଲା ରୁଜୁ କରଯାଇ ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ହେବପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିପାରିବ ବୋଲି ଏସ୍ପି ଶ୍ରୀ ସୋନକର ପ୍ରକାଶ କରିଛନ୍ତି।
