ଖଣି ଟଙ୍କାରେ ମାଲେମାଲ କିରାଣୀ-ଗୌତମଙ୍କ ଭାଗ କେତେ?
କେନ୍ଦୁଝର:-ଖଣି ଟଙ୍କାରେ ମାଲେମାଲ ସଚିବଙ୍କ କିରାଣୀ ପ୍ରିତମ କୁମାର ମଲିକ,ହେଲେ ସଚିବ ଗୌତମଙ୍କ ଭାଗ କେତେ?ଯୋଡ଼ା ଖଣିବିଭାଗରୁ ପ୍ରତି ମାସରେ ଯାଇ ପହଁଚୁଛି ରାଜଧାନୀରେ ବଟି,ସଚିବନଲ କିରାଣୀ ମୁହଁ ଖୋଲିଲେ ମାନେ-ବଟି,ସେବି ହଜାର’ହଜାର ଟଙ୍କା ପ୍ରତି ମାସରେ ନେଉଛି ସଚିବ ଗୌତମ ଚୌଧୁରୀଙ୍କ କିରାଣୀ ପ୍ରୀତମ।ଏପରିକି ବଟି ନେବା ଲକ୍ଷରେ,ଖୋଦ ନିଜେ ରାଜଧାନୀ ଭୁବନେଶ୍ୱର ସ୍ଥିତ ସଚିବାଳୟକୁ ଛାଡି,ଆସି ପହଁଞ୍ଚି ଯାଏ ସଚିବ-ଗୌତମଙ୍କ କିରାଣୀ ପ୍ରିତମ। ଯାହାର ସେବାରେ ତତ୍କାଳୀନ ଯୋଡ଼ା ଡ଼ିଡ଼ିଏମ ଏବଂ ଡ଼ିଡ଼ିସିଏ-ସୋରେନ ଲାଗି ପଡ଼ିଥିବା ବେଳେ ଖଣିଅଞ୍ଚଳର ଜଣାସୁଣା ଖଣିକମ୍ପାନୀର ମାଗଣା ଗେଷ୍ଟହାଉସରେ ରହଣି ବ୍ୟବସ୍ଥା ହୋଇଥିବାର ତଥ୍ୟ ଯାହା କହୁଛି।ହେଲେ ଯୋଡ଼ା ଖଣିବିଭାଗରୁ ଆଦାୟ କରୁଥିବା କିରାଣୀ ଉକ୍ତ ବଟି ଟଙ୍କାରୁ ସଚିବଙ୍କ ଭାଗ କେତେ ବୋଲି ବିରାଟ ପ୍ରଶ୍ନ ସୃଷ୍ଟି କରିଛି।ତେବେ ସଚିବଙ୍କ କିରାଣୀ ପରି ଜିଓଲୋଜି ଏବଂ ରିସର୍ଚ୍ଚ-ଲାବୋରଟରୀରେ ମଧ୍ୟ ମାସିକିଆ ବଟି ଯାଇ,ସଠିକ ସମୟ ପହଁଞ୍ଚି ଯାଉଥିବାରୁ ଡ଼ିଡ଼ିସିଏ-ସୋରେନ ଏବଂ ସସ୍ମିତା’ର ଗ୍ରେଡ଼ସ୍କାମ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବାର ଯୋଜନା ନାହିଁ।ହେଲେ ଯୋଡ଼ା ଖଣିବିଭାଗରୁ ମାସିକିଆ ବଟି ପାଇ,ଟଙ୍କାରେ ପୋତି ହେବାକୁ ବସିଥିବା କିରାଣୀ ପ୍ରିତମ ମଲିକ’ର ସଚିବ ଗୌତମ ଚୌଧୁରୀ କେତେ ମିଳୁଛି ଯେ ସେ ମଧ୍ୟ ଚୁପ ବସିଛନ୍ତି ବୋଲି ଡ଼ିଡ଼ିସିଏ-ସୋରେନ ଏବଂ ସସ୍ମିତା ଯୋଡ଼ା ଓ କୋଇଡା ଖଣିମଣ୍ଡଳର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ଡୁପ୍ଲିକେଟ ରିପୋର୍ଟ ପ୍ରସ୍ତୁତରେ ରାଜ୍ୟର ହଜାର’ହଜାର କୋଟି ଟଙ୍କା ରାଜସ୍ୱହ୍ରାସ ହେବାରେ ଲାଗିଛି।
