ରାଜ୍ୟ

ସ୍ବାସ୍ଥ୍ୟ କୁ ଗୁରୁତ୍ବଅସ୍ତରଙ୍ଗରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଶେଷ

Spread the love

ଅସ୍ତରଙ୍ଗ : ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସୋମବାର ଦିନ ଅସ୍ତରଙ୍ଗ ବ୍ଲକ ସଭା ଗୃହରେ ୧୫ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଜନ ଶୁଣାଣି ବା ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହୋଇ ଯାଇ ଅଛି l ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଏହାର ନେତୃତ୍ୱ ନେଇଥିଲେ l ଏହି ଶୁଣାଣୀ ଶିବିର ରେ ୨୦୦ଗୋଟି ଅଭିଯୋଗ ବିଚାର ପାଇଁ ପଡି ଥିବା ବେଳେ,ରାସ୍ତା,ଭତ୍ତା, ରାସନ କାର୍ଡ, ଇନ୍ଦିରା ଆବାସ,ପାନୀୟଜଳ, ବିଶେଷ କରି ବିଭିନ୍ନ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଅଭିଯୋଗ ମିଳିଥିଲା l ସମୟ ଅତିବାହିତ ହୋଇ ଯାଇ ଥିବାରୁ କେତେକହିତାଧିକାରୀ ତାଙ୍କର ଅଭିଯୋଗ ପତ୍ର ଦାଖଲ କରି ନ ପାରି ଫେରି ଯାଇ ଥିବାର ଦେଖିବାକୁ ମିଳିଥିଲା l ଏହି ଶୁଣାଣି କାର୍ଯ୍ୟକ୍ରମ ରେ, ସି ଡି ଏମ ଓ, ଅକ୍ଷୟ କୁମାର ଶତପଥୀ, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ବିଡ଼ିଓ ସସ୍ମିତା ବେହେରା,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ନିମାପଡା ଏସ ଡି ପି ଓ, ଜନାର୍ଦ୍ଧନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଶୁଣାଣୀ ରେ ଭାଗ ନେଇଥିବା ବେଳେ, ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ସ୍ବାସ୍ଥ୍ୟ ହିଁ ସମ୍ପଦ ସ୍ବାସ୍ଥ୍ୟ ବ୍ୟବସ୍ଥା କୁ ଗୁରୁତ୍ବ ଦେଇ ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ଓ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ର ସଭାପତି ଶରତ କୁମାର ପରିଡ଼ା, ସମ୍ପାଦକ ବୃନ୍ଦାବନ ବିଶ୍ବାଳ ସୋସିଆଲ ମିଡ଼ିଆ ର ସଂଯୋଜକ ଅଲେଖ ବିଶ୍ଵାଳ ସହ ସମସ୍ତ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା ଙ୍କୁ ଦାବିପତ୍ର ଦେଇଥିଲେ। ଘଟଣା ର ଗୁରୁତ୍ଵ କୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ବହୁ ଜଲଦି ସମସ୍ୟା ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!