ରାଜ୍ୟ

ନୟାସବେରା ୟୁଥ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Spread the love

ନିମାପଡ଼ା: ନିମାପଡା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନୟାସବେରା ୟୁଥ ଟ୍ରଷ୍ଟ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସର ରେ ପୁରୀ ଜିଲା ର ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରତିଯୋଗିତା ସ୍ଥାନୀୟ ସହିଦ ଭବନ (ଟାଉନହଲ) ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜ ର ପ୍ରାୟ ୭୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ରାମ୍ପ ଶୋ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗତା ରେ ଅଂଶଗ୍ରହଣ କରିବାକୁ ଆସିଥିବା ଛାତ୍ର ଛାତ୍ରୀ ଓ ଅବିଭାବକ ଓ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ପାଇଁ ସକାଳ ଓ ସନ୍ଧ୍ଯା ରେ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରା ଯାଇଥିଲା। ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୧୪ ଡିସେମ୍ବର ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକୋତ୍ସବ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ। ଏହି ପ୍ରତିଯୋଗୀତା କୁ ଅନୁଷ୍ଠାନ ର ସମ୍ପାଦକ ନିର୍ମଳ ପରିଜା ପରିଚାଳନା କରିଥିଲେ। ଉପଦେଷ୍ଟା ଜୀବନ ଜ୍ଯୋତି ଶତପଥୀ, ପ୍ରତାପ ଚନ୍ଦ୍ର ସାବୁତ ,ବିଚିତ୍ରାନନ୍ଦ ପାତ୍ର, ଶ୍ଅମିତ କୁମାର ପାରିଜା, ଶ୍ରୀମତୀ ମିନତୀ ବେହେରା,ଶ୍ରୀମତୀ ସୋମିତା ଭାଟିଆ,ଶ୍ରୀମତୀ ବନିତା ଜେନା ପ୍ରମୁଖ ସହଯୋଗ କରି ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!