ଢାବାରେ ଖାଇବାକୁ ନେଇ ଆକ୍ରମାଣରେ ଜଣେ ଗୁରୁତର
କାମାକ୍ଷା ନଗର : -କାମାକ୍ଷାନଗର ଥାନା ଅନ୍ତର୍ଗତ ସିଆରିମାଳିଆ ସନିକଟ ରେଙ୍ଗାଲି କେନାଲ ରାସ୍ତାରେ ଥିବା ଏକ ଢାବାରେ ଖାଇବାକୁ କେନ୍ଦ୍ର କରି ଆକ୍ରାମଣାରେ ଜଣେ ଗୁରୁତର ଭାବେ ଆହତ ହୋଇ କଟକ ସ୍ଥାନାନ୍ତର ହୋଇରହିବାର ଜଣାଯାଇଛି l ସିଆରିମାଳିଆ ଗ୍ରାମର ପ୍ରଦୀପ ବେହେରା ନିକଟରେ ଥିବା ଲିଟୁ ବିଶ୍ୱାଳଙ୍କ ଢାବାକୁ ଖାଇବାକୁ ଯାଇଥିଲେ l ଖାଇବା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଗଣ୍ଡଗୋଳ ଘଟିଥିଲା l ଲିଟୁ ଙ୍କ ଢାବାରେ ଥିବା ଭାଇମାନେ ପ୍ରଦୀପଙ୍କୁ ଟାଙ୍ଗିଆ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ l ଫଳରେ ପ୍ରଦୀପ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ l ତାଙ୍କୁ କଟକ ବଡ଼ ଡକ୍ଟରଖାନରେ ଭର୍ତ୍ତି କରାଯାଇଛି l ଅଭିଯୋଗ କ୍ରମେ ପୋଲିସ ତଦନ୍ତ କ୍ରମରେ ଲିଟୁ, ବୈରାଗୀ ବିଶ୍ୱାଳଙ୍କୁ ଗିରଫ କରି ଥିବାର ଜଣାଯାଇଛି l
