ଦୁର୍ଘଟଣାରେ ମୃତକ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା
ଯୋଡ଼ା:-ଖଣିସହର ତଥା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଏକନମ୍ବର ୱାର୍ଡ’ସ୍ଥିତ ତାରିଣୀ ହଟିଙ୍ଗର(କଳାପାହାଡ଼)ତିନିଜଣ ଯୁବଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗରେ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣହାନୀ ହୋଇଥିବାଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି।ତେବେ ଗତ ଶୁକ୍ରବାର ଅପରାହ୍ନରେ ଏକ ମୋଟର ସାଇକେଲ ଯୋଗେ ଉକ୍ତ ଟୁନୁ ପାତ୍ର,ଶଙ୍କର ବାହାଦୁର,ରାବଦେବ ସିଂ ମାନେ ନିଜ ଘରକୁ ଫେରୁଥୁବା ବେଳେ ଅନ୍ୟପଟୁ(ବଡ଼ବିଲ)ଏକ ଦ୍ରୁତଗାମୀ ଟ୍ରଲର ସହ ସାମ୍ନାସାମ୍ନୀ ଧକ୍କାରେ ତିନିଜଣଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟଣାରେ,ଯୋଡ଼ା ପୌରପାଳିକାର ଏକ’ନମ୍ବର କାଉନସିଲୋର ଶ୍ରୀମତୀ ଭାନୁମତି ବନାଙ୍କ ସହଯୋଗ ନେଇ,ତାଙ୍କ ପୁଅ ତଥା ଅଞ୍ଚଳର ସମସ୍ୟା ଭିତ୍ତିକରେ ଅତୁଳନୀୟ କାର୍ଯ୍ୟ କରି ଆସୁଥିବା ସୁକାନ୍ତ ବାନା,ଶବ-ବ୍ୟବଛେଦ ପରବର୍ତ୍ତୀ ଦାହ’ସଂସ୍କାର ନିମନ୍ତେ ବନ୍ଦୋବସ୍ତ କରି,ଶନିବାର ଦିନ ରାଜ୍ୟର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ଉକ୍ତ ଘଟଣାରେ,ମାନ୍ୟବର ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖପ୍ରକାଶ କରିବା ସହ ଦୁର୍ଘଟଣାରେ ମୃତ୍ୟୁ କରିଥିବା ଯୁବକଙ୍କ ପରିବାର ବର୍ଗଙ୍କୁ ଉକ୍ତ ଚାରି’ଲକ୍ଷ୍ୟ ଟଙ୍କା ଲେଖାଏଁ ଅନୁକମ୍ପା ରାଶି’ର ଘୋଷଣା କରି ସମବେଦନା ଜଣାଇଛନ୍ତି।ତେବେ ସହର ଏବଂ ଆଖପାଖରେ ଘଟୁଥିବା ପ୍ରାୟଦିନ ଖଣିଜ ପରିବହନ କ୍ଷେତରେ,ଦୁର୍ଘଟଣା ଜନିତ ସାଧାରଣ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ସ୍ଥାନୀୟ କାଉନସିଲୋର ଏବଂ ଯୁବ ପ୍ରତିଭା ସୁକାନ୍ତ ବାନାଙ୍କ ମାନବସେବା ପ୍ରତି ଉତ୍ସର୍ଗୀୟତାକୁ ଦେଖି ସାଧାରଣରେ ପ୍ରସଂଶା ହେଉଥିବାର ଜଣାପଡେ।
