ମହାନଗର

କପିଳେଶ୍ଵର ହାଇସ୍କୁଲରୁ ନିଶା ହଟାଅ

Spread the love

ଭୁବନେଶ୍ୱର: ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳେଶ୍ୱରର ହାଇସ୍କୁଲରେ *ନିଶା ହଟାଅ ଦେଶ ବଞ୍ଚାଅ* କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସଂନ୍ଧ୍ୟାରାଣୀ ମହାନ୍ତି, ଅନ୍ନପୂର୍ଣ୍ଣା ପାତ୍ର, ଜୟଶ୍ରୀ ଦାଶ, ମାମାନୀ ବେହେରା, ଯଶୋଧାରା ପ୍ରୀତିସ୍ପଦା, ଶୁଭ ସ୍ମିତା ସାହୁ , ଜେ଼. ଏନ୍. ୟୁ , ଦିଲ୍ଲୀ ର ମଳୟ କୁମାର ତ୍ରିପାଠୀ ପ୍ରମୁଖ ନିଶା ନିବାରଣ ସମ୍ପର୍କରେ ନିଜର ମତ ବ୍ୟକ୍ତ କରିଥିଲେ। ଓଡ଼ିଶା ଏବେ ନିଶା କବଳରେ କବଳିତ।ଜାତିର ପିତା ମହାତ୍ମା ଗାନ୍ଧୀ ନିଜ ଅଭିଭାଷଣରେ କହିଥିଲେ, *ସ୍ଵାଧୀନତାର ୨୪ ଘଣ୍ଟା ଭିତରେ ଦେଶରୁ ନିଶା ହଟାଅ।* ମୋଦିଜୀ ମନକୀ ବାତ୍ ରେ କହିଥିଲେ… *ନିଶା ଦ୍ଵାରା ଯୁବ ସମାଜ ନିଶା କବଳରେ କବେଳିତ।* ଶତାୟୁ ପୁରୁଷ ପଦ୍ମ ଚରଣ ନାୟକ ନିଶା କଥା ଚିନ୍ତା କରି ପୁରପଲ୍ଲୀରେ ନିଶା ନିବାରଣ ବାର୍ତ୍ତା ପ୍ରଚାର କରିବାରେ ଲାଗିଛନ୍ତି। ଏଥିରେ ରାଜନେତା, ନେତା , ଚୋରା ମଦ ବେପାରୀ, ଅବକାରୀ ବିଭାଗ ଓ ଦୁର୍ନୀତିଗ୍ରସ୍ତ ଅବକାରୀ ଅଧିକାରୀ ଏଥିରୁ ଫାଇଦା ପାଉଥିଲା ବେଳେ ମହିଳା ଓ ଶିଶୁମାନେ ପଥ ଭ୍ରଷ୍ଟ ନିଶାଗ୍ରସ୍ତ ଯୁବକ ସବୁଠାରୁ କ୍ଷତି ସହ ଥାଆନ୍ତି। ଏଣୁ ଯୁବ ସମାଜ ତଥା ଓଡ଼ିଶାବାସୀ ଆଗେଇ ଆସନ୍ତୁ, ନିଶା ନିବାରଣ କାର୍ଯ୍ୟରେ ନିଜକୁ ସାମିଲ କରନ୍ତୁ। ସଭାରେ ଶ୍ରୀ ମହାରଣା ନିଶା ନିବାରଣ ପାଇଁ ସମସ୍ତଙ୍କୁ ନିଶା ନିବାରଣ ପାଇଁ ଶପଥ ପାଠ କରାଇଥିଲେ। ଶ୍ରୀ ମିଶ୍ର ପ୍ରଧାନ ଶିକ୍ଷୟିତ୍ରୀ ସଂନ୍ଧ୍ୟାରାଣୀ ମହାନ୍ତିଙ୍କ ସହିତ ଅନ୍ୟମାନଙ୍କୁ ଏଥିରେ ସହଯୋଗ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!