ସମ୍ପାଦକୀୟ

ଗଣତନ୍ତ୍ର ବନାମ୍ ନେତା

Spread the love

###########ଦୋଳଗୋବିନ୍ଦ ନାୟକ########₹ ଲୋକ ମାନଙ୍କ ପାଇଁ, ଲୋକ ମାନଙ୍କ ଦ୍ବାରା ଲୋକ ମାନଙ୍କର, ସଜ୍ଞା ଥିଲା ଗଣତନ୍ତ୍ରର ।।ବଦଳି ଗଲାଣି ଅର୍ଥ, ସରକାର, ରାଜନୀତି, ଗଣତନ୍ତ୍ର ନେତାଙ୍କ ଦ୍ବାରା, ନେତାଙ୍କ ପାଇଁ ଓ ନେତାଙ୍କର।।କାହାକୁ କହିବ ନିଜେତ ଜନତା ନୋଟ୍ ନେଇ ଭୋଟ ଦେଇଛି ପାଟି ଫିଟାଇଲେ କିଏଵା ଶୁଣିଵ ନିର୍ବାଚନ ବେଳେ ମୁଣ୍ଡଟାକୁ ଵିକି ଦେଇଛି।।ନେତାଙ୍କର ଚିନ୍ତା ନାହିଁ, କିଛି ଦିନ ପରେ ବିରୋଧୀ ଭାଵଟା ଆପେ ଆପେ ଯିବ ଶୋଇ।କୁଲି ମଜୁରିଆ ଚାଷୀ ଖଟିଖିଆ ପାଖେତ ପଇସା ନାହିଁ।କେତେ ଦିନ ଅବା ରାଜଧାନୀ ଆସିବ ଅନଶନରେ ବସିବା ପାଇଁ।ସରକାରୀ ଚାକିରିଆ ହୋହାଲ୍ଲା କଲେ ଦରମା ବଢାଇ ଦେବେ।ନିର୍ବାଚନ ବେଳେ ଚାକିରିଆ ଗୋଷ୍ଠୀ ତାଙ୍କ ପାଇଁ କାମ କରିବେ।ନେତାଙ୍କର ଭତ୍ତା ବଢିବା କଥାରେ ସବୁ ଦଳ ଏକମତ।ବିଧାନସଭାରେ ପାସ୍ ହୋଇ ଗଲା କିଛିତ ନାହିଁ ଦିକତ।।ତେଲିଆ ମୁଣ୍ଡରେ ତେଲ, ଗଣତନ୍ତ୍ର କହି ଜନତା ପାଖରେ ନେତା ଖେଳୁଛନ୍ତି ଗେଲ।ବିରୋଧୀ ଦଳର କଟାକ୍ଷ କଥାରେ ଜନତା ହୁଅନ୍ତି ଖୁସି।ସବୁଦଳ ନେତା ପଞ୍ଚ ତାରକାରେ ଏକତ୍ର ହୁଅନ୍ତି ହସି।।ଗାଁରେ ଵାଡୀଆ ପିଟା। କାଉ ଖାଇଦେଲା ପାଚିଲା ପଣସ ବଗର ମୁଣ୍ଡରେ ଅଠା।।ସବୁ ଅଠା ଯାକ ଜନତା ମୁଣ୍ଡରେ କୁଣ୍ଡେଇ ହଉଥା ବସି।ତେଲ ନେଇଗଲେ ପିଡ଼ିଆ ପଡ଼ିଛି ସେତିକିରେ ହୁଅ ଖୁସି।।ତୁମ ହାଡ଼ ଗୋଡ଼ ବଙ୍କା ହୋଇଗଲେ କିଛି ନୂଆ ନୁହଁ କଥା।ଯୁଗ ଯୁଗ ଧରି ବଞ୍ଚିଛ ଅଭାବେ ସହିଛ ବେଦନା ବ୍ୟଥା।।ତୁମ କଥା ଥରେ ବୁଝିବା ପାଇଁକି ନେତାଙ୍କର ବେଳ କାହିଁ।ଟଙ୍କା ବେଟି ବେଟି ହାଲିଆ ହୋଇକି ନିଦରେ ଗଲେଣି ଶୋଇକୋଟି କୋଟି ଟଙ୍କା ନରଖିଲେ ନେତା କେମିତି ଜିତିଵେ ଵାଜିଟିକେଟ ପାଇଁକି ଦଳ ମୁଖିଆଙ୍କୁ ଦଶ କୋଟି ଟଙ୍କା ଭେଟି।।ଜନତାର ମୁଣ୍ଡ ମାସକୁ ହଜାରେ ସେଇଥିରେ ତେଲ ଲୁଣ।ରୋଗ ଦୁଃଖ ବେଳେ ମରିବାଟା ସାର ଅଲୋଡା ତୁମ ଜୀବନ।ନେତା ମନ୍ତ୍ରୀଙ୍କର ପୁଅ ଝିଅ ସବୁ ବିଦେଶରେ ପାଠ ପଢିବେ। ସ୍ତ୍ରୀଟି ତାଙ୍କର ଅତି ସୁକୁମାରୀ ବିଦେଶୀ କାର୍ ରେ ବୁଲିବେ।ସପିଙ୍ଗ ମଲରୁ ଦାମିକା ସୁନ୍ଦର ଆସବାବାପତ୍ର କିଣିବେ।। ଏଥିପାଇଁ ପରା ଟଙ୍କା ଦରକାର ସିଏ ଅବା କ’ଣ କରିବେ।ତାଙ୍କର ପେଟଟା ଆଗ ନପୁରୁଣୁ ଜନତାଙ୍କୁ କିସ ଦେବେ।।ନିର୍ବାଚନ ବେଳେ ଜନତାଙ୍କୁ ଟଙ୍କା ନିଶ୍ଚୟ ସିଏ ବାଣ୍ଟିବେ।।ଚାକିରୀ ବାକିରୀ ତାଙ୍କ ହାତେ ଅଛି ତାଙ୍କୁ ଅଛି କିବା ଡର।ଜନତାର ପିଲା ବୁଲିଲେ ବୁଲନ୍ତୁ ହୁଅନ୍ତୁ ଯେତେ ବେକାର।।ଚାଷୀ ମଜୁରିଆ କୁଲିଆ ଭୂତିଆ ନକରିଲେ ଚାଷ କାମ।ଟଙ୍କାକୁ ଖାଇକି ବଞ୍ଚିକି ପାରିବ କୁହ ନେତା ମନ୍ତ୍ରୀ ଗଣ।।ସରୁ ଚାଉଳକୁ ସଫାଡାଲି ଘିଅ ତୁମ ପାଇଁ ହୁଏ ଲୋଡା।ବାସି ପଖାଳକୁ କଞ୍ଚା ଲଙ୍କା ଟିଏ ଜନତାର ଏ ସାହାରା।।ଦାଦନ ଖଟିବ ଦିନ ମଜୁରୀଆ ଜାତକରେ ଅଛି ଲେଖା।ଚାଷୀ ଆତ୍ମହତ୍ୟା ବଢିବ ବଢୁଛି ତାକୁ କଲେ ଅଣଦେଖା।ବିଧବା ବୁଢିଟା ରାସ୍ତା କଡେ ଛିଡ଼ା ପେଟ ଖଣ୍ଡୀକର ପାଇଁ।ପଇସା ବାଲାଟି ବୁଢିର ପରିବା ସସ୍ତାରେ ମୂଲ କରଇ।।ନିଜ ହକ୍ ପାଇଁ ଲଢ଼ିବେ ଜନତା ତାଙ୍କର ଓକାତ କାହିଁ।ସବୁ ଦଳ ନେତା ଜନତାଙ୍କୁ ନିଜ ଦଳରେ ଭାଗ କରଇ।।ଗଣତନ୍ତ୍ର କହି ଭାଷଣ ଦିଅନ୍ତି ପଛପଟେ ମଦ ମାଂସ।ଏସବୁ ଛଳରେ ଭ୍ରମିତ ହୁଅନ୍ତି ଯେତେ ସାଧାରଣ ଲୋକ।।ଅମଲା ତନ୍ତ୍ରର ଲାଞ୍ଚୁଆ ପଣିଆ ଧନିକର ଵହୁ ଖୁସି।ମେଜିଆର ତଳେ ଦିଆ ନିଆ ହୁଏ କଥା ଚାଲେ ହସି ହସି।।ଅମଲା ତନ୍ତ୍ରରୁ ନେତା ମନ୍ତ୍ରୀ ଯାଏ ସର୍ବେ ହେଲେ ଏକାକାର।ମାନବିକ ଧର୍ମ ଫିକା ପଡିଲାଣି ବେଦରେ ନାହଁ ବିଚାର।।ନିରୁପାୟ ଏବେ ସାଧାରଣ ଲୋକ ହଜିଛି ଅନ୍ଧର ବାଡି।କେବେ ସୁଧିରିବ ଏପରି ଅବସ୍ଥା ପ୍ରଶ୍ନ ଦେଲି ଏବେ ଛାଡି।।

Leave a Reply

Your email address will not be published. Required fields are marked *

error: Content is protected !!