ରାଜ୍ୟ

ମାଙ୍କଡ଼ା ପଥର ଚୋରାଚାଲାଣ ବେଳେ ମାଇନିଂ ବିଭାଗର ଚଢ଼ାଉ

Spread the love

ଖଇରା,: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଚୂନନଟି ଗ୍ରାମରେ ପଥର ମାଫିଆ ମାନେ ବେଆଇନ ଭାବେ ମାଙ୍କଡ଼ା ପଥର କାଟି ଚୋରାଚାଲାଣ କରୁଥିବା ବେଳେ ମାଇନିଂ ବିଭାଗ ଚଢ଼ାଉ କରି ଏକ ଟ୍ରାକ୍ଟରକୁ ଜବତ କରିଛନ୍ତି।କୁପାରି ଅଞ୍ଚଳରେ ଚୂନନଟୀ ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନଧରି ପଥର ମାଫିଆମାନେ ମାଙ୍କଡ଼ା ପଥର କାଟି ଶହଶହ ଟ୍ରିପ ଚୋରାଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା।ଆଜି ଚୂନନଟି ଗ୍ରାମରେ ମାଙ୍କଡ଼ା କାଟି ଟ୍ରାକ୍ଟର ସାହାର୍ଯ୍ୟରେ ମାଙ୍କଡ଼ା ପଥର ଚୋରାଚାଲାଣ ହେଉଥିବା ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିସେକ୍ ବେହେରା ଘଟଣା ସ୍ଥଳରେ ପହଞ୍ଚି ଏକ ଟ୍ରାକ୍ଟରକୁ ଜବତ କରି ଖଇରା ଥାନାକୁ ଆଣିଥିଲେ।ଅନ୍ୟପଟେ ଚୋରା ଚାଲାଣ କରୁଥିବା ପଥର ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ପଥର ମାଫିଆ ମାନେ ବେଫିକର ହୋଇ ଦିନ ଧରି ରାତି ପଥର କାଟି ବିକ୍ରି କରୁଥିବା ବେଳେ ପ୍ରଶାସନ ପଥର ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବାଶହ ଏହାର ସଠିକ ତଦନ୍ତ କରି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।ଅନ୍ୟପଟେ ଘଟଣା ବିଷୟରେ ଖବର ପାଇ ସାମ୍ବାଦିକ ମାନେ ନ୍ୟୁଜ ପାଇଁ ଘଟଣା ସ୍ଥଳକୁ ଯାଇଥିବା ବେଳେ ପଥରମାଫିଆ ସାମ୍ବାଦିକଙ୍କୁ ଖରାପ ଭାଷାରେ ଗାଳିଗୋଲଜ କରିବା ସହ ଜୀବନରୁ ମାରିଦେଇ ପଥରରେ ପୋତିବାକୁ ଧମକ ଦେବା ସହିତ ସାମ୍ବାଦିକଙ୍କ ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରିଥିଲେ ।ଏ ନେଇ ଖଇରା ଥାନାରେ ସାମ୍ବାଦିକ ମାନେ ଲିଖିତ ଅଭିଯୋଗ କରି ଉକ୍ତ ପଥର ମାଫିଆକୁ ଗୁରଫ କରିବାକୁ ଦାବି କରିଥିବା ବେଳେ ଖଇରା ପୋଲିସ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!