ରାଜ୍ୟ

ସାଇବର ଅପରାଧ ସଂକ୍ରାନ୍ତିୟ ସଚେତନତା କର୍ମଶାଳା

Spread the love

ବାଲେଶ୍ୱର : ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅଧୀନରେ ଅନଲାଇନ ସୁରକ୍ଷା ଓ ସାଇବର ଅପରାଧ ସମ୍ବନ୍ଧୀୟ ସଚେତନତା ଉଦ୍ଦେଶ୍ୟରେ ଏକ କର୍ମଶାଳା ଜିଲ୍ଲା ଅଡିଟୋରିୟମ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତି ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାଏକ ସଭାପତିତ୍ୱ କରିଥିବା ବେଳେ, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।କର୍ମଶାଳାରେ ଉପ ଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ମଧୁସ୍ମିତା ସାମନ୍ତରାୟ, ଡି.ଏଲ.ଏସ.ଏ. ଅଧିକାରୀ ଶ୍ରୀ ଅମ୍ବୁଜା କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ରାଜେଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଖୁସିର।ମ ଗହିର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ସାଇବର ବିଶେଷଜ୍ଞ ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବଜ୍ୟୋତି ଦାଶ ଓ ସାଇବର ଥାନା ଇନ୍ସପେକ୍ଟର ଶ୍ରୀମତୀ ମୀନା ବିନ୍ଧାଣି ବାଳିକାମାନଙ୍କୁ ଅନଲାଇନ ସୁରକ୍ଷା, ସାଇବର ଠକେଇ, ସୋସିଆଲ ମିଡିଆ ବ୍ୟବହାରର ସତର୍କତା ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ସାଇବର ଅପରାଧର ଶିକାର ନ ହେବା ପାଇଁ ସଚେତନ ରହିବାକୁ ଆହ୍ୱାନ ଜଣାଇଥିଲେ।ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ଜିଲ୍ଲା ହବ୍ କର୍ମକର୍ତ୍ତା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ।ପରିଶେଷରେ ICDS ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସ୍ୱପ୍ନା ପ୍ରହରାଜ କୃତଜ୍ଞତା ଜ୍ଞାପନ ସହ କର୍ମଶାଳାକୁ ଉଦଯାପନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!