ବାଲେଶ୍ଵର ରେ ଓଡିଶା ଉର୍ଦ୍ଦୁ ଏକାଡେମି ପକ୍ଷରୁ ଉର୍ଦ୍ଦୁ ଶିକ୍ଷକଙ୍କ ତିନିଦିନିଆ କର୍ମଶାଳା ଉଦଘାଟିତ
ବାଲେଶ୍ୱର : ବାଲେଶ୍ଵର ରେ ଓଡିଶା ଉର୍ଦ୍ଦୁ ଏକାଡେମି ପକ୍ଷରୁ ଉର୍ଦ୍ଦୁ ଶିକ୍ଷକଙ୍କ ତିନିଦିନିଆ କର୍ମଶାଳା ଉଦଘାଟିତ, ଉର୍ଦ୍ଦୁ ଶିକ୍ଷା ରେ ଆଧୁନିକିକରଣ ଉପରେ ବକ୍ତା ଙ୍କ ଗୁରୁତ୍ୱାରୋପ ବାଲେଶ୍ଵର ତା… ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଷ୍ଟେସନ କ୍ଲବ ପରିସର ରେ ଓଡିଶା ଉର୍ଦୁ ଏକାଦମି ପକ୍ଷରୁ ‘ଉର୍ଦ୍ଦୁ ଶିକ୍ଷକ ମାନଙ୍କ ଶିକ୍ଷଦାନ ଆଭିମୁଖୀ କରଣ ‘ଶୀର୍ଷକ ଏକ ତିନିଦିନିଆ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇ ଉର୍ଦ୍ଦୁ ଭାଷା ର ଐତିହ୍ୟ ଓ ଯୁଗ ଅନୁସାରେ ଏହି ସର୍ବ ପୁରାତନ ଭାଷା ରେ ଶିକ୍ଷା ପ୍ରଦାନ ବେଳେ ଆଧୁନିକ ଜ୍ଞାନ କୌଶଳ ର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ସହଜ ରେ କିଭଳି ଛାତ୍ର ଛାତ୍ରୀ ମାନେ ଉର୍ଦ୍ଦୁ ଭାଷା ପଢି ଓ ଲେଖି ପାରିବେ ସେ ସମ୍ପର୍କ ରେ ଶିକ୍ଷକ ମାନେ ଦାୟିତ୍ୱ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏକାଡେମି ର ରାଜ୍ୟ ଉପସଭାପତି ନସିଫ ମଞ୍ଜର ହସନ, ରିସୋର୍ସ ପର୍ସନ ଭାବେ ହାଇଦ୍ରାବାଦ ସ୍ଥିତ ଆଜାଦ ଉର୍ଦ୍ଦୁ ବିଶ୍ୱ ବିଦ୍ୟାଳୟ ର ବରିଷ୍ଠ ପ୍ରାଧ୍ୟାପକ ଡ଼ ମିସବାଉଲ ଅନସର, ତେଲେଙ୍ଗାନା ରାଜ୍ୟ ର ଅବସରପ୍ରାପ୍ତ ପ୍ରଫେସର ଅହମ୍ମଦ ବଦର, ଡ଼.ଅବଦୁଲ ମୈୟଜ ପ୍ରମୁଖ ଉର୍ଦ୍ଦୁ ସାହିତ୍ୟ କୁ କିଭଳି ଯୁଗୋପଯୋଗୀ କରାଯାଇ ସହଜ ରେ ବିଦ୍ୟାଦାନ କରାଯାଇପାରିବ ସେ ସମ୍ପର୍କ ରେ ସାବଲୀଳ ଭାଷା ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବୁଝାଇ ଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଯୁବ ସମାଜସେବୀ ସୟଦ ସଲିମ ରାଜା। ଓଡିଶା ଉର୍ଦ୍ଦୁ ଏକାଡେମି ର କନିଷ୍ଠ ସହାୟକ ଶେଖ ତନଭିର ରଵାନୀ ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶିକ୍ଷକ ସାୟାଦ ନସୀମ ଧନ୍ୟବାଦ ଅର୍ପଣ କରିଥିଲେ।. ଏହି ପ୍ରଶିକ୍ଷଣ କର୍ମଶାଳା ରେ ସି ଟି ତାଲିମ ନେଇଥିବା ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।
