ରାଜ୍ୟ

ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ବାର୍ଷିକ କ୍ରୀଡାଉତ୍ସବ

Spread the love

ରାଇରଙ୍ଗପୁର : ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ବାର୍ଷିକ କ୍ରୀଡାତ୍ସବ ୨୦୨୫-୨୬ ଅନୁଷ୍ଠିତଆଙ୍କର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡାତ୍ସବ ୨୦୨୫-୨୬ ସଭାପତି ପ୍ରଧାନଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଗତ ୧୬ ତାରିଖ ଉଦଘାଟନୀ ସମାବେଶରେ ମୁଖ୍ଯଅତିଥି ଭାବେ ଉପଉପଜିଲ୍ଲାପାଳ ମାନସ ବେହେରା, ସମ୍ମାନିତ ଅତିଥି ଭାବେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ପତାକା ଉତ୍ତୋଳନ କରିବା ପରେ କ୍ରୀଡା ଆରମ୍ଭ ହୋଇଥିଲା I ଜୁନିୟର ଓ ସିନିୟର ବିଭାଗରେ ଛାତ୍ରୀମାନଙ୍କ ମଧ୍ଯରେ ସ୍ଲୋ ସାଇକେଲ ରେସ, ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ଼, ସ୍ପୁନ ଓ ମାର୍ବଲ, ଲମ୍ବଡିଆଁ, ଉଚ୍ଚଡିିଆଁ, ସଟଫୁଟ, ଡିସକାସ୍ ଥ୍ରୋ, ମ୍ଯୁଜିକ ଚେୟାର, ରିଲେ ରେସ, କବାଡି, ଖୋ ଖୋ, ଫୁଟବଲ ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା I ଆଜି ୧୭ ତାରିଖ ଉଦଯାପନୀ ସମାବେଶରେ ମୁଖ୍ଯଅତିଥି ଭାବେ ସହ ଉଦ୍ଯାନକୁଷି ଅଧିକାରୀ ଜାମଦା ପ୍ରିୟା ମୁର୍ମୁ, ସମ୍ମାନିତ ଅତିଥିଭାବେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ଗୀତାଞ୍ଜଳି ମହାନ୍ତ ପ୍ରମୁଖ ଯୋଗଦେଇଥିଲେ I ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରାଗଲାପରେ ସଭାପତି ପ୍ରଧାନଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତ ସଭାପତିତ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ I କ୍ରୀଡା ଶିକ୍ଷୟତ୍ରୀ ଇନ୍ଦିରା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ I ମୁଖ୍ଯଅତିଥି ସହ ଉଦ୍ଯାନକୁଷି ଅଧିକାରୀ ଜାମଦା ପ୍ରିୟା ମୁର୍ମୁ କର୍ତ୍ତବ୍ୟନିଷ୍ଠା, ଦାୟିତ୍ବବୋଧ ଓ ସମୟାନୁବର୍ତ୍ତୀତା ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ I ସମ୍ମାନିତ ଅତିଥି ସହଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ ନିଜ ବକ୍ତବ୍ଯରେ ଶୁଙ୍ଖଳିତ, ଗୁରୁଜନ ଓ ପିତାମାତାଙ୍କୁ ଭକ୍ତିଭାବ ପୋଷଣ କରିବା ପାଇଁ ଛାତ୍ରୀମାନଙ୍କୁ ଜୋର ଦେଇଥିଲେ I ଏହାପରେ ପୁରସ୍କାର ବିତରଣୀ ପର୍ବରେ କୁତୀପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୁତ କରିଥିଲେ I ଚମ୍ପିୟାନ ଭାବେ ସିନିୟର ବିଭାଗରେ ରେଡ ହାଉସ ର ନିହାରିକା ପୂର୍ତ୍ତୀ ଓ ଜୁନିୟର ବିଭାଗରେ ୟଲୋ ହାଉସର ସୋନାଲି ମହାନ୍ତଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୁତ କରାଯାଇଥିଲା I ରାଇରଙ୍ଗପୁର ଉଚ୍ଚବିଦ୍ୟାଳୟ କ୍ରୀଡା ଶିକ୍ଷକ ଉମାକାନ୍ତ ବେହେରା ଓ ମୟୂରଭଞ୍ଜ ଜିଲ୍ଲା ରଘବି ଫୁଟବଲ ସଂଘ ମୁଖ୍ଯ ଉପଦେଷ୍ଟା ବାବା ଧଳାରାମ ହାଁସଦାଃଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା I ତଦପରେ ଅତିଥିଗଣ ଆନୁଷ୍ଠାନିକ ପତାକାକୁ ଅବତରଣ କରିଥିଲେ I ଏଥିରେ ବିଦ୍ଯାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଦର୍ଶନା ଦତ୍ତ, ବିଜୟଲକ୍ଷ୍ମୀ ଗିରି, ଲକ୍ଷ୍ମୀପ୍ରଭା ଦାସ, ଦାକ୍ଷୀନ ମୁର୍ମୁ, ଲକ୍ଷ୍ମୀରାଣୀ ହେମ୍ବ୍ରମ, ବୁଧୁଜ ହେମ୍ବ୍ରମ, ସୀତା ମୁର୍ମୁ, ମମତା ପାତ୍ର, କମଳିନୀ ସେଠୀ, ଅର୍ଚ୍ଚନା ହାଁସଦାଃ, ମମତା ସର୍ଦ୍ଦାର, ମନିଶ୍ରୀ ମୁର୍ମୁ, ଶ୍ଯାମଚରଣ ମାଝୀ, ସସ୍ମିତା ମହାନ୍ତ, ମାଳତୀ ମାର୍ଣ୍ଡି, ନିବେଦିତା ମୁଣ୍ଡା, ଅନୁସ୍କା ପ୍ରିୟଦର୍ଶିନୀ ମହାନ୍ତ, ସ୍ମୁତିରେଖା ମହାନ୍ତ ଓ ସମୀର କୁମାର ଦାଶ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ଦୀପ୍ତିମନ୍ତ ପାଇକରାୟ ଓ ଶିକ୍ଷୟତ୍ରୀ ରଶ୍ମିତା କବାଟ ସଭା ପରିଚାଳନା କରିଥିଲା ବେଳେ ସଭାପତି ପ୍ରଧାନଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତ ଧନ୍ଯବାଦ ଅର୍ପଣ କରିଥିଲେ I ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!