ମହାନଗର

ଧଉଳି ନଦୀପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ନିଜଆଡ଼ୁ ମାମଲା ରୁଜୁକଲେ ଶିଶୁ କମିସନ

Spread the love

ଭୁବନେଶ୍ବର: ଧଉଳି ନଦୀପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାକୁ ଶିଶୁ ଓ ମହିଳା କମିସନ ଗୁରୁତ୍ବର ସହ ନେଇଛନ୍ତି। ଆଜି ସକାଳେ ମହିଳା କମିସନ୍‌ର ଏକ ଟିମ୍‌ ଧଉଳି ଥାନାକୁ ଯାଇ ପୁଲିସ ସହ ଆଲୋଚନା କରିଥିଲେ। ପରେ ଅପରାହ୍ଣରେ ଶିଶୁ କମିସନ୍‌ର ଏକ ଟିମ୍‌ ଥାନାକୁ ଯାଇ ତନାଘନା କରିବା ସହ ତଥ୍ୟ ସଂଗ୍ରହ କରି ନିଜଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି। ଘଟଣାକୁ ନେଇ କମିସନରେଟ୍‌ ପୁଲିସ ମଧ୍ୟ ଅଧିକ ତତ୍ପରତା ଦେଖାଇଛି। ଗତକାଲି ଧଉଳି ଥାନା ପୁଲିସ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ଏଥିରେ ଅନ୍ୟ କେତେ ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସୂଚନା ପାଇଛି। ତେଣୁ ସେମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେହିପରି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଇଲ୍‌ରେ ଘଟଣା ଦିନର କିଛି ଭିଡିଓ ରେକର୍ଡ ହୋଇଛି। ତେଣୁ ଦୁଇ ଅଭିଯୁକ୍ତଙ୍କ ମୋବାଇଲ୍‌କୁ ଏସ୍‌ଏଫ୍‌ଏସ୍‌ଏଲ୍‌ ପଠାଇବ ବୋଲି ଜଣାପଡ଼ିଛି। ଏହି ଘଟଣାକୁ‌ ନେଇ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ନ୍ୟାୟ ପାଇଁ ଲଢ଼େଇ ପରିବାରର ସଭାପତି ସୁବ୍ରତ କୁମାର ଦାଶ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ଛାତ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାପାଇଁ ଗୁହାରି କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ, ଗୃହବିଭାଗ ସଚିବ, ଡିଜିପି, ପୁଲିସ କମିସନର ଓ ଡିସିପି ଭୁବନେଶ୍ୱରଙ୍କୁ ପକ୍ଷଭୁକ୍ତ କରିଛନ୍ତି। ବିଶ୍ୱସନୀୟତା ହରାଉଛନ୍ତି ସରକାର: ନବୀନ ପଟ୍ଟନାୟକଅନୁଭବ ଆଧାରରେ ଚିଠି ଲେଖିଲେ ଖୁସିହେବୁ: ଉପମୁଖ୍ୟମନ୍ତ୍ରୀଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ସ୍ପର୍ଶକାତର ଓ ବିଚଳିତ କରିବା ପରି ବିଷୟ। ରାଜ୍ୟ ରାଜଧାନୀ ଅସୁରକ୍ଷିତ ହୋଇ ପଡ଼ିବା ସହ ବର୍ବରତା ଓ ଅରାଜକତା ସୀମା ଟପୁଛି। ଅପରାଧୀ ଭୟଶୂନ୍ୟ ହେଉଛନ୍ତି। ଯାହାଦ୍ବାରା ସରକାର ବିଶ୍ୱସନୀୟତା ହରାଉଛନ୍ତି। ଆଇନ ଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି? ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ ବରଂ ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ନବୀନଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଏହି ଘଟଣାକୁ ନେଇ ରାଜନୀତି କରିବା ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କଠାରୁ ଓଡ଼ିଶାର ଲୋକେ କେବେ ବି ଆଶା କରି ନଥିବେ। ସତ ଆଉ କେବେ କହିବେ? ଏହି ଘଟଣାରେ ପୁଲିସର ତ୍ବରିତ ପଦକ୍ଷେପ ଓ ଅଭିଯୁକ୍ତ ଗିରଫ ହେଉଛି ସତ। ଆପଣଙ୍କ ଦେଖେଇବା ରାସ୍ତାରେ ନୁହେଁ; ଏବେ ସରକାରରେ ଆଇନ ତା ବାଟରେ ଯାଉଛି। ଅନୁଭବ ଆଧାରରେ ଚିଠି ଲେଖିଲେ ଖୁସି ହେବୁ ବୋଲି ଏକ୍ସରେ ‌ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଲେଖିଛନ୍ତି।ରେଡ୍‌ଫ୍ଲାଗ୍‌ଭୁକ୍ତ ହେଲା ମାମଲା: କ୍ରାଇମ୍‌ବ୍ରାଞ୍ଚ କରିବ ତଦନ୍ତଭୁବନେଶ୍ବର: ଧଉଳି ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାକୁ ରାଜ୍ୟ ପୁଲିସ ରେଡ୍‌ଫ୍ଲାଗ୍‌ଭୁକ୍ତ କରି ତଦନ୍ତର ଭାର କ୍ରାଇମ୍‌ବ୍ରାଞ୍ଚକୁ ଦେଇଛି। ମାମଲାର ସମ୍ବେଦନଶୀଳତା, ସାମାଜିକ ପ୍ରଭାବ ଏବଂ ନ୍ୟାୟସଂଗତ ତଦନ୍ତ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଡିଏସ୍‌ପି ପାହ୍ୟାର ଜଣେ ଅଧିକାରୀଙ୍କ ନେତୃତ୍ବରେ କ୍ରାଇମ୍‌ ଏଗେନ୍‌ଷ୍ଟ ଓମେନ୍‌(ସିଡବ୍ଲ୍ୟୁସି)ର ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ତଦନ୍ତ କିପରି ତ୍ୱରାନ୍ୱିତ ହେବ, ସେନେଇ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ। ଏହି ଟିମ୍‌ ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ସମେତ ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ୍‌ ଦାଖଲ ପର୍ଯ୍ୟନ୍ତ ସହଯୋଗ କରିବ।

Leave a Reply

Your email address will not be published. Required fields are marked *

error: Content is protected !!